ପଏଁରୀ ତିହାରର ଦ୍ଵିତୀୟ ସନ୍ଧ୍ୟା: ମନମୋହିଲା କୋରାପୁଟର ଲୋକନୃତ୍ୟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାର ରୌପ୍ୟ ଜୟନ୍ତୀର ଦ୍ଵିତୀୟ ସଂଧ୍ୟାରେ ଅନୁଷ୍ଠାନର ସଭାପତି ଲଡ଼ୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଅନ୍ୟତମ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ପ୍ରଫେସର ଡ଼ଃ ବିଭୂଦତ୍ତ ମିଶ୍ର, ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ପ୍ରଥମେ ସୁବର୍ଣ୍ଣପୁରର ଇଷ୍ଟଦେଵୀ ମା’ ସୁରେଶ୍ୱରୀଙ୍କ ପୂଜାର୍ଚନା ପରେ ଉପସ୍ଥିତ ଅତିଥି ମାନେ ସଂସ୍କୃତି ସଂପନ୍ନ ସୁବର୍ଣ୍ଣପୁର ର କଳା ସଂସ୍କୃତିକୁ ପଏଁରୀ ଅନୁଷ୍ଠାନ ଏହି ତିହାର ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକ ର ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ ରଖେ ଓ କଳାକାର ମାନେ ସମସ୍ତେ ଲୋକଲୋଚନକୁ ଆସିବା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଏକ ସୁନ୍ଦର ମଞ୍ଚ ପାଉଥିବା ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

ଏହି ଅବସରରେ ପଞ୍ଚମହଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଲାଲ ବାବୁ ସେଠୀଙ୍କୁ ଆଦର୍ଶ ଶିକ୍ଷକ ଭାବରେ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଶେଷ କରି କରୋନା ମହାମାରୀ ସମୟରେ ସେ ଗାଁ ଗାଁ ବୁଲି ନବମ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନଙ୍କ ଡାଉଟକ୍ଲିୟର କରାଇବା ସହ କୋଭିଡ ସତର୍କତା ପାଳନ ପୂର୍ବକ ଶିକ୍ଷାଦାନ କରି ସେ ସମୟରେ ସମସ୍ତ ଙ୍କର ପ୍ରୀୟଭାଜନ ହୋଇଥିବା ସହ ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ବେଶ ପ୍ରଶଂସନୀୟ ହୋଇଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସଂପାଦକ ଚୈଧୁରୀ ବିଭାର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ପରେ ଏହି ମଞ୍ଚରେ ପଏଁରୀ ଅନୁଷ୍ଠାନର ମାଇଲାଜଡ, ବରଗଡ଼, କୋରାପୁଟ ଓ ଝାରଖଣ୍ଡ ର ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଢେର ରାତି ଯାଏ ମନଭରି ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.