ଉତ୍ତମ ପରାମର୍ଶ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟ କରୁଥିବା ପରାମର୍ଶଦାତାଙ୍କ ନିମନ୍ତେ ଉତ୍ତମ ପରାମର୍ଶ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଯୋଗ ଦେଇଥିବାବେଳେ ଏହି କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ ନେସନାଲ ପ୍ରୋଗ୍ରାମ ଲିଡ ଘାସିରାମ ପଣ୍ଡା, ବୌଦ୍ଧ ଶିଶୁ ମଙ୍ଗଳ କମିଟିର ସଭ୍ୟ ରାଜୀବ ନାୟକ, ରେଆରର ସମ୍ପାଦକ ଅନଙ୍ଗ ନେଗୀ ଉତ୍ତମ ପରାମର୍ଶ ସମ୍ବନ୍ଧୀୟ ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ତଥା ଉତ୍କଳ ବାଳାଶ୍ରମ, ସୋନପୁର, ଭୀମଭୋଇ ଶିଶୁ ସଦନ, ବିଶେଶ୍ୱରପାଲି, ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଏଜେନସି, ସୋନପୁର, ଶକ୍ତି ସଦନ ସୋନପୁର, ବୀରମହାରାଜପୁର ଜାଗୃତି, ତରଭା ତଥା, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ସମନ୍ୱିତ ଶିଶୁ ବିକାଶର କର୍ମକର୍ତା ଉପସ୍ଥିତ ଥିଲେ। ବାଲ୍ୟ ବିବାହ ସଂଜଯୋକ ଅକ୍ଷୟ କୁମାର ସିଂ, ପୋଷଣ ସଂଜଯୋକ ସଂଜୀବ ମିଶ୍ର, ଯୋଗଦେଇ ନିଜର ମତାମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ସୁରକ୍ଷା ଅଧିକାରୀ ବିଜୟ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବୀର କଲାସେ, ରୁଦ୍ର ପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ଼, ସ୍ୱାଗତ ରାଜ ମିଶ୍ର, ସରିତା ସୁନା ଓ ଅନିଲ ମହଲା ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.