ଫକୀରମୋହନ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ହେବ ବିଭିନ୍ନ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ବିଭିନ୍ନ ପ୍ରତିଯୋଗିତା ଶାନ୍ତିକାନନରେ ଆସନ୍ତା ୫ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ। ଚିତ୍ରାଙ୍କନ, ଫକୀରମୋହନଙ୍କ କବିତା ଆବୃତ୍ତି, ବିଜ୍ଞାନ ଭିତ୍ତିକ ପ୍ରବନ୍ଧ, ଫକୀରମୋହନ ଓ ଗୋପବନ୍ଧୁ ସଂପର୍କିତ ପ୍ରବନ୍ଧ ଏବଂ ଜଣା ଅଜଣା କୁଇଜ୍‌ (ମହାବିଦ୍ୟାଳୟ ସ୍ତରୀୟ) ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତା ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ସମସ୍ତ ପ୍ରତିଯୋଗିତା ସକାଳ ୯ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪.୩୦ରେ ଶେଷ ହେବ। କୃତି ପ୍ରତିଯୋଗୀଙ୍କୁ ଜାନୁଆରି ୧୬ ଗୁରୁବାର ପୂର୍ବାହ୍ନ ୧୦ଟା ସମୟରେ ଫକୀରମୋହନ ଜୟନ୍ତୀ ଉଦ୍‌ଯାପନୀ ସମାରୋହରେ ଶାନ୍ତିକାନନ ଠାରେ ପ୍ରମାଣପତ୍ର ଓ ଅର୍ଥରାଶି ସହ ପୁରସ୍କୃତ କରାଯିବ। ପ୍ରତିଯୋଗିତା ସଂପର୍କରେ ସବିଶେଷ ତଥ୍ୟ ନିମନ୍ତେ ସଂପାଦକ ଡକ୍ଟର ରତ୍ନାକର ସିଂହଙ୍କ ଫୋନ ନମ୍ବର ୯୮୬୧୬୫୯୭୭୪, ୯୪୩୭୧୪୮୩୫୩ରେ ଯୋଗାଯୋଗ କରିବା ନିମନ୍ତେ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.