ବେଢ଼ାଗାଁ ପଞ୍ଚାୟତ ସ୍ଥାପନ ହୋଇ ୮ବର୍ଷ‌‌‌ ପରେ ହେଲା କଳାହାଣ୍ଡି ଉତ୍ସବ ‘ଘୁମୁରା’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଆସନ୍ତା ୧୪ ତାରିଖରେ ହେବାକୁ ଥିବାବେଳେ ଲାଞ୍ଜିଗଡ଼ ବ୍ଲକରେ ଆଜିଠାରୁ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ଆରମ୍ଭ ହୋଇଛି। ଲାଞ୍ଜିଗଡ଼ ବ୍ଲକରେ ୨୬ ଗୋଟି ପଞ୍ଚାୟତ ଥିବାବେଳେ ସେହି ମଧ୍ୟରୁ ଅନ୍ୟତମ ଦୁର୍ଗମ ଅଞ୍ଚଳ ହେଉଛି ବେଢ଼ାଗାଁ ପଞ୍ଚାୟତ।

Omkar Vasthu
Omkar Vasthu

ପଞ୍ଚାୟତ ସ୍ଥାପନ ହୋଇ ଦିର୍ଘ ୮ବର୍ଷ ବିତିଯାଇଥିଲେ ହେଁ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇନଥିଲା। ଏହାକୁ ନେଇ ପ୍ରତ୍ୟେକ ବର୍ଷ ପଞ୍ଚାୟତବାସୀଙ୍କ ମଧ୍ୟର ଅସନ୍ତୋଷର ବାତାବରଣ ଦେଖାଯାଇଥିଲା। ତେବେ ଏବର୍ଷ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ଯୋଗଦେବା ପରେ ବେଢ଼ାଗାଁ ପଞ୍ଚାୟତରେ ୮ବର୍ଷ ହେଲା କଳାହାଣ୍ଡି ଉତ୍ସବ ‘ଘୁମୁରା’ ହେଉନଥିବା ଜାଣିପାରି ପଞ୍ଚାୟତ କତୃପକ୍ଷଙ୍କ ସହିତ ଆଲୋଚନା କରି ଏହି ବର୍ଷ କଳାହାଣ୍ଡି ଉତ୍ସବ ‘ଘୁମୁରା’୨୦୨୫ ଯେମିତି ହେଲେ ପାଳନ କରିବ ବୋଲି ପଞ୍ଚାୟତ ନିର୍ବାହୀଅଧିକାରିଙ୍କୁ କଡ଼ା ନିର୍ଦେଶ ଦେଇଥିଲେ। ଯେହେତୁ ବେଢ଼ାଗାଁ ପଞ୍ଚାୟତରେ ମଧ୍ୟ ଅନେକ କଳାକାର ଓ ପ୍ରତିଭା ଅଛନ୍ତି ହେଲେ ସେମାନେ ଲୁକ୍କାୟିତ ଭାବରେ ରହିଛନ୍ତି। କଳାହାଣ୍ଡିର ଐତିହ୍ୟ ପରମ୍ପରା ଓ ସଂସ୍କୃତି ବିଷୟରେ ଜାଣି ପାରିନାହାନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତେବେ ବିଡ଼ିଓଙ୍କ ନିର୍ଦେଶ ପରେ ଆଜି ମହାସମାରୋହର ସହିତ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଅନୁଷ୍ଠିତ ହୋଇଥିଲା। ଦିର୍ଘ ୮ବର୍ଷ‌‌‌ ପରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ପଞ୍ଚାୟତବାସୀ ଓ କଳାକାରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଏହି ଉତ୍ସବରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ସ୍ଥାପନ ହୋଇ ୮ବର୍ଷପରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ପ୍ରଥମେ ବିଡ଼ିଓଙ୍କୁ ପ୍ରଶଂସା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.