ସଫଳ ଚାଷୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ ଜୟଦ୍ରଥ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ତୁଷ୍ଟାପାଲି ଗ୍ରାମର ଜୟଦ୍ରଥ ବୁଡେକ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସଫଳ ଚାଷୀ ଭାବେ ସମ୍ମାନିତ ହୋଇଛନ୍ତି। ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବରମୁଣ୍ଡା ଭୁବନେଶ୍ୱର ଠାରେ କୃଷି ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଜୟଦ୍ରଥଙ୍କୁ ଉପଢୌକନ ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ଜୟଦ୍ରଥଙ୍କ ସଫଳତା ନେଇ ଅଞ୍ଚଳର ଚାଷୀ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଭାରତୀୟ କିସାନ ସଙ୍ଘ ରାଜ୍ୟ ସମ୍ପାଦକ ମୋହନ ନାଏକ ଓ ଅନ୍ୟ କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜୟଦ୍ରଥ ଧାନ ସହ ଆମ୍ବ, କାଜୁ, ମୁଗ, କଦଳୀ, ପୋଟଳ, କଲରା ଆଦି ଚାଷ କରି ଆତ୍ମନିର୍ଭର ହେବା ସହ ଅନେକ ଲୋକଙ୍କୁ କାମରେ ଲଗାଇ ରୋଜଗାର ଯୋଗାଉଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.