କେନ୍ଦୁଉଡ଼ାର ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଗାଁର ଅଖିଳ ଭାରତୀୟ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ୱାଧୀନ ଦନ୍ତା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ସଞ୍ଜୟ ପଧାନ ସଭା ସଂଯୋଜନା କରିଥିଲେ | ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ | ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ, ସମିତି ସଭ୍ୟା ଗୀତାଞ୍ଜଳି ଖଣ୍ଡଗିରି, ଭାରତୀୟ କିସାନ ସଂଘ ରାଜ୍ୟ ସମ୍ପାଦକ ମୋହନ ନାଏକ, ଏସଏମସି ସଭାନେତ୍ରୀ ରୁକ୍ମିଣୀ ପୋଢ଼, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି ସିଂହଦେଓ ମୁଖ୍ୟବକ୍ତା ରହିଥିଲେ | ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଶେଷରେ ତ୍ରିଲୋଚନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ହରିଶ୍ଚନ୍ଦ୍ର ବଗର୍ତ୍ତୀ, ବଳଦେବ ସାହୁ, କୁବେର ପ୍ରଧାନୀ, ଅଚ୍ୟୁତ ବଗର୍ତ୍ତୀ, ଗରିବ ବାଗ, ତ୍ରିନାଥ ବଗର୍ତ୍ତୀ, ଉପେନ୍ଦ୍ର ବାଗ, ଲକ୍ଷ୍ମଣ ବଗର୍ତ୍ତୀ, ପ୍ରକାଶ ବଗର୍ତ୍ତୀ, ହେମରାଜ ମାଝୀ, କୃଷ୍ଣ ମାଝୀ, ସୁବ୍ରତ ପ୍ରଧାନୀ, ତେଜରାଜ ଘିଭେଲା, ତ୍ରିଲୋଚନ ଖମାରୀ, ସତ୍ୟବାନ ଠାକୁର ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.