ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଶନିବାର ଦିନ ପ୍ରାଦେଶିକ ଖେଳକୁଦ ବ୍ୟବସ୍ଥା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ଦ୍ୱାରା ପରିଚାଳିତ ବୈଠକରେ ପ୍ରାନ୍ତ ଖେଳକୁଦ ଶିକ୍ଷା ସଂଯୋଜକ ଶ୍ରୀ ସଞ୍ଜୟ କୁମାର ମିଶ୍ର, କଳାହାଣ୍ଡି ବିଭାଗ ନିରୀକ୍ଷକ ଶ୍ରୀ ବିପିନ ବିହାରୀ ମିଶ୍ର, ପରିଚାଳନା କମିଟିର ସଭାପତି ଶ୍ରୀ ଦୀନବନ୍ଧୁ ମୁଣ୍ଡ ଏବଂ କୋରାପୁଟ ସହ ବିଭାଗ ନିରୀକ୍ଷକ ଶ୍ରୀ ବିଷ୍ନୁଚରଣ ଦାସ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ନିଜ ନିଜ ଦାୟିତ୍ୱ ବିଷୟରେ ତଥ୍ୟ ରଖିଥିଲେ।





