ବୁଢାରଜା ମହୋତ୍ସବ: ସମ୍ବଲପୁରୀ ମେଲୋଡିରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କୁମାରଗୁଡା ଠାରେ ବୁଢାରଜା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟକ ବର୍ଷ ବୁଢାରଜା ମହୋତ୍ସବ ପାଳିତ ହେଉଥିବା ବେଳେ ଏହା ଚଳିତ ବର୍ଷ ସମେତ ୧୩ବର୍ଷରେ ପଦାର୍ପଣ କରିଛି। ଲୋକ ସଂସ୍କୃତି ଓ ଆଦ୍ୟାକଳାର ପ୍ରତୀକ ବୁଢାରଜା ମହୋତ୍ସବ କୁମାରଗୁଡା ବୁଢାରଜା ମନ୍ଦିର ପଡିଆ ଠାରେ ମହା ସମାରୋହ ରେ ଉଦଘାଟିତ ହୋଇ ଯାଇଛି।

ଉଦଘାଟିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାଁ ହୀରାନୀଳା ସ୍ନାତକ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଖବାହାଲି ପଞ୍ଚାୟତ ପୂର୍ବତନ ସରପଞ୍ଚ ରାମତୁ ମାଝୀ, ଅନୁଷ୍ଠାନ ସଭାପତି ରାମଚନ୍ଦ୍ର ମାଝୀ,  ସାମ୍ବାଦିକ ତୁଳସୀ ରାମ ପ୍ରଧାନୀ, ଈଶ୍ୱରବାଗ, ହରିଶ ଚନ୍ଦ୍ର ସାହୁ, ବିସ୍ମ ମାଝୀ, ରମେଶ ନାଏକ, ବିଷ୍ଣୁ ନାଏକ ପ୍ରମୁଖ ମଞ୍ଚାସିନ ରହି ପ୍ରଥମେ ଶ୍ରୀବୁଢାରଜାଙ୍କ ପୂଜାର୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଶ୍ରୀ ବୁଢାରଜା ମନ୍ଦିରରୁ ଏକ ସାଂସ୍କୃତିକ ପରିକ୍ରମ କରି ମଞ୍ଚକୁ ଆସିଥିଲେ।

ପ୍ରଥମ ସନ୍ଧ୍ୟାରେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାରେ ବରଗଡର ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମରେ ବୁଢାରଜା ମହୋତ୍ସବ ମଞ୍ଚ ଦୁଲିକି ଥିଲା। ପ୍ରବଳ ଥଣ୍ଡା ସ୍ୱତ୍ତେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ସୁନାନୀ ପରିଚାଳନା କରିଥିଲେ। ଏଥିରେ ବୁଢ଼ାରଜା ମହୋତ୍ସବ କମିଟି ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.