ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସହର ସ୍ଥିତ ହାଇସ୍କୁଲ୍ ଖେଳ ପଡିଆ ମାଁ ଲଙ୍କେଶ୍ଵରୀ ମଞ୍ଚରେ ଜୁନାଗଡ଼ ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ଫେବୃଆରୀ ମାସରେ ୩ ଦିନ ଧରି ଜୁନାଗଡ଼ ମହୋତ୍ସବ ଅନୁଷ୍ଠିତ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ନିଜ ଅଂଚଳର କଳା ସଂସ୍କୃତିର ଉଜାଗର ତଥା ଅଂଚଳର ଜନସାଧାରଣଙ୍କ ସଂସ୍କୃତି ପ୍ରେମକୁ ଆଖି ଆଗରେ ରଖି ଜୁନାଗଡ଼ ଅଂଚଳ ବାସି ତିନିଦିନ ଧରି ଜୁନାଗଡ଼ ମହୋତ୍ସବ କରିବା ପାଇଁ ନିଷ୍ପତି ନେଇଛନ୍ତି । ଓକିଲ ସଙ୍ଘ ସମ୍ପାଦକ ହିମାଂଶୁ ଶେଖର ବରାଡ଼ଙ୍କ ଆବାହନ ଓ ଅନୁରୋଧ ରକ୍ଷା କରି ଶହ ଶହ ଜୁନାଗଡ଼ ବାସି ଆଜି ସ୍ଥାନୀୟ ମାଁ ଲଙ୍କେଶ୍ୱରୀ ମଞ୍ଚରେ ଏକତ୍ରିତ ହୋଇ ଜୁନାଗଡ଼ର ସ୍ୱାଭିମାନକୁ ଆଖିଆଗରେ ରଖି ମହୋତ୍ସବ ପାଇଁ ଏକ କୋର କମିଟି ଗଠିତ ହୋଇ ଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ଜୁନାଗଡ଼ ଏନଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକ ପାରିଷଦ ସଚିନ ଅନ୍ଧାନୀ, କୁନା ବୈଠରୁ, ଚକ୍ରଧର ବାଗ, କୁନା ଦଣ୍ଡସେନା ପୁଷ୍ପାଞ୍ଜଳି ଢଙ୍ଗଡ଼ାମାଝି, ହିମାଦ୍ରୀ ସିନ୍ଦୁର ଓ ସମସ୍ତ ପାରିଷଦ ସହ ଦୁର୍ଗା ପ୍ରସାଦ ନାଏକ, ଲଳିତ କୁମାର ଅଗ୍ରୱାଲ, ଶିବ ପ୍ରସାଦ ମହାନ୍ତି, ଈଶ୍ୱର ଚନ୍ଦ୍ର ପୂଝରୀ, ଅଶୋକ କୁମାର ପଟ୍ଟନାୟକ, ବିଘ୍ନ ରାଜ ବରାଡ଼, ସରୋଜ କୁମାର ପଣ୍ଡା, ସମୀର କୁମାର ସାହୁ, ରଞ୍ଜନ କୁମାର ଜାଲ, ଆଶିଷ ଗୋଏଲ,ଦିଲୀପ କୁମାର ପଣ୍ଡା, ଅନିଲ କୁମାର ପଣ୍ଡା ଓ କୋର କମିଟି ଆବାହକ ହିମାଂଶୁ ଶେଖର ବରାଡ଼ ମନୋନୀତ ହୋଇଛନ୍ତି । ଶେଷରେ ମାନସ ରଞ୍ଜନ ସେଠି ଧନ୍ୟବାଦ ଅର୍ପଣ କରିଥିଲେ।





