୯ରେ ଅନୁଷ୍ଠିତ ହେବ ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ଯ ସନ୍ଧ୍ୟା ଆରତୀର ୧୯ତମ ବାର୍ଷିକ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ପୁରୀ: ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ବାରା ଆରମ୍ଭ ହୋଇଥିବା ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ଯ ସଂଧ୍ୟା ଆରତୀର ୧୯ତମ ବାର୍ଷିକ ମହୋତ୍ସବ ଆସନ୍ତା ଜାନୁୟାରୀ ୯ ତାରିଖ ଦିନ ପୁରୀ ବେଳାଭୂମି ଅନୁଷ୍ଠିତ ହେବ। ମହୋଦଧି ଆରତୀ ସଞ୍ଚାଳନ ସମିତିର ଅଧ୍ୟକ୍ଷ ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ଯଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଚଳିତ ବର୍ଷର ବ୍ୟାପକ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା ହୋଇଥିଲା। ସଞ୍ଚାଳନ ସମିତି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ପୂଜ୍ୟ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଇଥିଲେ କି, ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତି, କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା, ବିଭିନ୍ନ ସନାତନ ସମ୍ପ୍ରଦାୟର ସନ୍ଥ ମହନ୍ତ, ମହାମହିମ ରାଜ୍ୟପାଳ, ଗଜପତି ମହାରାଜା, ୩୦ ଟି ଦେଶର ୬୦୦ ବିଦେଶୀ ଭକ୍ତଙ୍କ ସମେତ ସମଗ୍ର ଦେଶରୁ ୧୦୦୦୦ ଭକ୍ତ ଏହି ମହୋତ୍ସବରେ ଯୋଗଦେବାର ଯୋଜନା କରାଯାଇଅଛି। ଏହି ପ୍ରେସ ବାର୍ତ୍ତା କାର୍ଯକ୍ରମରେ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ବିଶ୍ଵ ଶାନ୍ତି ତ୍ରିପାଠୀ,ଗଣେଶ ମହାସୁଆର, ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.