ରୁପ୍ରାରୋଡରେ ରାଜ୍ୟସ୍ତରୀୟ କଳାପାହାଡ଼ କପ୍ କ୍ରିକେଟ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ହାଇସ୍କୁଲ ପଡ଼ିଆ ଠାରେ ରବିବାର ଠାରୁ ରାଜ୍ୟର ବିଭିନ୍ନ ଟିମକୁ ନେଇ ଆରମ୍ଭ ହୋଇଛି କଳାପାହାଡ଼ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୫। ରୁପ୍ରାରୋଡ କ୍ରିକେଟ ଟିମ୍ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବିଶିଷ୍ଟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଆୟୋଜକ ରୁପ୍ରାରୋଡ କ୍ରିକେଟ ଟିମ୍ ର ସଭାପତି ରିନେସ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ନିରଜ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ଦିବସର ଉଦଘାଟନୀ ମ୍ୟାଚ  ଲାଖପଦର ଓ ବଲବସପୁର ଦଳ ମଧ୍ୟରେ ଏବଂ ଦ୍ଵିତୀୟ ମ୍ୟାଚ କଣ୍ଟାବାଞ୍ଜି ଓ ଭବାନୀପାଟଣା ଦଳ ମଧ୍ୟରେ ଅନୁଷ୍ଠିତ ହେଇଥିଲା। ୧୨ ଓଭର ବିଶିଷ୍ଟ ପ୍ରଥମ ମ୍ୟାଚରେ ଲାଖପଦର ଦଳ ବଲବସପୁର ଦଳକୁ ପରାଜିତ କରିଥିଲେ। ସେହିଭଳି ଭାବେ ଦ୍ଵିତୀୟ ମ୍ୟାଚରେ ଭବାନୀପାଟଣା ଦଳ କଣ୍ଟାବାଞ୍ଜି ଦଳକୁ ପରାସ୍ତ କରିଥିଲେ। ୯ ଦିନ ଧରି ଏହି କ୍ରିକେଟ ପ୍ରତିଯୋଗିତା ଚାଲିବ ଏବଂ ଫାଇନାଲ ଖେଳ ଆସନ୍ତା ୧୩ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ରିନେସ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି। ଅନୁଷ୍ଠାନର ଉପ ସଭାପତି ସ୍ୱାଧୀନ ସାହୁ, କୋଷାଧ୍ୟକ୍ଷ ଚନ୍ଦନ ମହାନ୍ତି, ଅନୁଷ୍ଠାନର ସକ୍ରିୟ ସଦସ୍ୟ ଭାବେ ମାଧବ ମହାଉତି, ରିକି, ବିବେକ, ବେଣୁ, ଅଜୁ ସୁଦୀପ୍ତ, ଆକାଶ, ପିଣ୍ଟୁ, ନୀତେଶ ପ୍ରମୁଖଙ୍କ ସହ ଅନୁଷ୍ଠାନର ସଦସ୍ୟମାନେ ବିଭିନ୍ନ ଦାୟିତ୍ୱରେ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରୁଛନ୍ତି। ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ନିରଜ କୁମାର ଶର୍ମା କହିଛନ୍ତି ଯେ, ତିନି ବର୍ଷ ହେଲା ରୁପ୍ରାରୋଡରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି। ତେବେ ଚଳିତ ୨୦୨୫ ମସିହାର ଟୁର୍ଣ୍ଣାମେଣ୍ଟ ଭିନ୍ନ ଢଙ୍ଗରେ ଆୟୋଜିତ ହୋଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତି ରୁପ୍ରାରୋଡର ହୋଇଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। ବିଧାୟିକା ଓ ନର୍ଲା ବ୍ଲକ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନରେ ଟୁର୍ଣ୍ଣାମେଣ୍ଟ ଚାଲିଛି। ଉଦଘାଟନୀ ଉତ୍ସବ ସଫଳତାର ସହ ସମାପନ ହୋଇଥିବାବେଳେ ବାକି ମ୍ୟାଚ ଏବଂ ଉଦଯାପନୀ ସମାରୋହ ମଧ୍ୟ ସଫଳ ହେବ ବୋଲି ଶ୍ରୀ ଶର୍ମା ଆଶାବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.