ଲାଞ୍ଜିଗଡରେ ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ 

ମୁସାନାଲ ମୂଖ୍ୟ ରାସ୍ତା ଉପରେ ଛାଡିଲେ ୨ଟି ପୋଷ୍ଟର

ଭୀମ ଦୋରାକୁ କାହିଁକି ହତ୍ୟା କରାଗଲା ବଖାଣିଲେ କାରଣ, ପୋଲିସ ଇନଫରମର୍ ମାନଙ୍କୁ ଦେଲେ ଚେତାବନୀ

ଲାଞ୍ଜିଗଡ,୨୩/୭ : ବିଶ୍ବନାଥପୁର – ବିଜେପୁର ମୂଖ୍ୟ ରାସ୍ତାର ମୁସାନାଲ୍ ଗାଁର ମୂଖ୍ୟ ପ୍ରବେଶ ପଥ ରେ ଆଜି ଦୁଇଟି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ରାସ୍ତା ଉପରେ ଉକ୍ତ ପୋଷ୍ଟର ଦୁଇଟି ରଖାଯାଇ ତା’ ପାର୍ଶ୍ବରେ ଛୋଟ ଛୋଟ ପଥର ଖଣ୍ଡ ରଖାଯାଇଛି । ଏହି ଦୁଇ ପୋଷ୍ଟରରେ ପୁଲିସ ଇନଫର୍ ମାନଙ୍କୁ ଚେତାବନୀ ଦିଆଯାଇ କୁହାଯାଇଛି ଯେ, ସେମାନେ ପାର୍ଟି ଓ ଲୋକଙ୍କ ଆଗକୁ ଆସି କ୍ଷମା ମାଗନ୍ତୁ, ନଚେତ ଲୋକଙ୍କ ଆଗରେ ବିଷ ଖାଇ ମରିବାକୁ ପଡିବ । ଏଥିରେ ଆହୁରି କୁହାଯାଇଛି ଯେ ସରକାର କଳାହାଣ୍ଡିର ଦଳିତ ଆଦିବାସୀ ଲୋକଙ୍କୁ ଟଙ୍କାର ପ୍ରଳୋଭନ ଦେଖାଇ ପୁଲିସ ଇନଫରମର୍ କରୁଛନ୍ତି । ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭୀମ ଦୋରା କୁ ହତ୍ୟା କରିବାର କାରଣ । ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟି ଲେଖାଯାଇଥିବା ଏହି ପୋଷ୍ଟର ରେ ଲେଖାଯାଇଛି ଯେ ୨୦୧୬ ମସିହାରେ ଭୀମା ଦୋରା ଜଣାଇଥିବା ଯୋଗୁଁ ପୋଲିସ ଗୁଣ୍ଡାରାଣୀ ପାହାଡର ମାଓ ଶିବିର ଉପରେ ଆକ୍ରମଣ କରିଥିଲା । ତେଣୁ ଭୀମା ଦୋରାକୁ ହତ୍ୟା କରାଗଲା ବୋଲି ଏଥିରେ ଲେଖାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ରବିବାର ଦିନ ଅପରାହ୍ନ ୧ ଘଣ୍ଟା ସମୟରେ ଲାଞ୍ଜିଗଡ ବ୍ଲକ ପାହାଡପଦର ପଞ୍ଚାୟତର ମାଳିପଡା ହାଟରେ ଠିକାଦାର ରାଜିନ୍ଦ୍ର ସାହୁଙ୍କୁ ହତ୍ୟା କରିଥିଲେ ମାଓବାଦୀ ଏହି ଘଟଣାର ୧୦ ଘଣ୍ଟା ପରେ ସେହି ରବିବାର ରାତିରେ ବାବୁପଦର ଗାଁର ଭୀମ ଦୋରାଙ୍କୁ ଗୁଳିକରି ମାରିଥିଲେ ମାଓବାଦୀ । ଭୀମ ଦୋରାକୁ ହତ୍ୟା କରିବାସହ ତା’ର ଶବ ପାଖରେ ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟରି ଏକ ପୋଷ୍ଟର ଦେଖିବାକୁ ମିଳିଖିଲା । ସେଥିରେ ମଧ୍ୟ ଭୀମ ଦୋରାକୁ ପୋଲିସ ଇନଫରମର୍ ଯୋଗୁଁ ହତ୍ୟା କରାଯାଇଥିବା ଲେଖାଯାଇଥିଲା ।

ଆଜି ମୁସାନାଲର ମାଓ ପୋଷ୍ଟରରେ ଭୀମ ଦୋରାକୁ ହତ୍ୟା କରିବାର କାରଣ ସ୍ପଷ୍ଟ ଭାବେ ଦେଖାଯାଉଛି ଓ ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟି ତାକୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି । ଲାଞ୍ଜି ପଞ୍ଚାୟତର ମୂଖ୍ୟାଳୟ ମୁସାନାଲରେ ମାଓ ପୋଷ୍ଟର ଥିବାଦେଖି ଅଞ୍ଚଳବାସୀଙ୍କ ମନରେ ପୁଣି ଭୟର ବାତାବରଣ ଖେଳିଯାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.