ରାଙ୍ଗାପାରୁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଙ୍ଗାପାରୁର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କୁନି କୁନି ପିଲା ମାନେ ଖେଳ ଖୁଦ ମାଧ୍ୟମରେ ନିଜର ପାରଦର୍ଶିତା ଦେଖାଇଛନ୍ତି। ମୋଟ ଷାଠିଏଟି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା। ତେବେ ସବୁଠୁ ମୁଖ୍ୟ ଆକର୍ଷଣ ପାଲଟିଥିଲା ଫେସନ ଡିଜାଇନ। କୁନି କୁନି ପିଲା ମାନେ ନିଜ ନିଜ ଷ୍ଟାଇଲରେ ଚାଲି ଚାଲି ଆସିଥିଲେ। ଏହାପରେ ଗୀତ ନାଚ, ମ୍ୟୁଜିକ ଚ୍ୟାର, ଫେନସି ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ, ବିଡ଼ିଓ ବନବିହାରୀ ହାରପାଲ, ବିଇଓ ପବିତ୍ର ମୋହନ ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର ଗଡତିଆ, ସରପଞ୍ଚ ଗୋବିନ୍ଦ ମାଝୀ, ଧୂଡସି ପ୍ରଧାନ ଶିକ୍ଷକ ପ୍ରତ୍ୟୁଷ ବଡ଼ସେଠ, ସିର୍ଲା ପ୍ରଧାନ ଶିକ୍ଷକ ଅସିତ କୁମାର ସାହୁ ଏବଂ ରାଙ୍ଗପାରୁ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଦିଲୀପ କୁମାର ବରାଡ଼। ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଏକ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.