ବିଦ୍ୟା ଶ୍ରୀନିକେତନର ବାର୍ଷିକ ଉତ୍ସବ ଓ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ବନକ୍ଷତ୍ର ଉତ୍ସବ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ନିର୍ଦ୍ଦେଶକ କିଶୋର ଚନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ହିନ୍ଦୀ ଶିକ୍ଷକ ଚକ୍ରଧର ବାରିକ, ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ମନୀଷା ମିଶ୍ର ପ୍ରମୂଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଅନୁଷ୍ଠାନର ଶ୍ରେଷ୍ଠ ଅଧ୍ୟାପକ, ଅଧ୍ୟାପିକାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା। ପରେ ପରେ ବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଭୁଜବଳ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଜୁନାଗଡ଼ ଶ୍ରୀ ଗଣେଶ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ଉଦ୍ଧବ ନାଏକ, କୁମୁଦିନୀ ଅଧିକାରୀ, ତ୍ରୟଲକ୍ଷ୍ମୀ ପଣ୍ଡା, ଚନ୍ଦନ ସାହୁ, ମାଧବ ସୁନାନୀ, ଅଜିତ କୁମାର ମେହେର, ସୌମ୍ୟରଞ୍ଜନ ପଣ୍ଡା, ରଶ୍ମୀରଂଜନ ଛତ୍ରିଆ, ଚନ୍ଦନ ଛତ୍ରିଆ, ହିତେଶ କୁମାର ନାଏକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟାପକ ଦେବରାଜ ସତନାମୀ, ଭାଗ୍ଯବାନ ଦାସ, ରିଙ୍କୁ ଖମାରୀ, ପୁସ୍ତମ ବଣିଆ, ଶାନ୍ତନୁ ବାଗ, ଦେବେନ୍ଦ୍ର ରଣା, ଭାସ୍କର ଗୋପାଳ ଅଧ୍ୟାପିକା ସୁମନ ସିନ୍ଦୁର ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.