ନେତାଜୀ କ୍ଲବ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲାସ୍ଥିତ ନେତାଜୀ କ୍ଲବ ପକ୍ଷରୁ ସ୍ଥାନୀୟ ଏମଇ ସ୍କୁଲ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଶ୍ରଦ୍ଧାଜଳୀ ଜ୍ଞାପନ କରିଥିଲେ । ପରେ ନେତାଜୀ କ୍ଲବର ସଭାପତି ସୁବୋଧ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବାଧୀନତା ଆନ୍ଦୋଳନରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ବିଷୟରେ ସଦସ୍ୟମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମ୍ବାଦିକ ନାରାୟଣ ସାହୁ ଧନ୍ୟବାଦ ଜ୍ଞାପନ କରିଥିବାବେଳେ ନେତାଜୀ କ୍ଲବର ସଦସ୍ୟ ରଜତ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପୃଷେଠ, କିରଣ ମିଶ୍ର, ସୌରଭ ଅଗ୍ରୱାଲ, ଲଲାଟେନ୍ଦୁ ପୃଷେଠ, ରଜତ ପଟ୍ଟନାୟକ, ଦୁର୍ଗେଶ ସାହୁ, ଛନ୍ଦାଚରଣ ବେହେରା, ପ୍ରେମରାଜ ପଣ୍ଡା. ମୋତିଲାଲ ସାହୁ,ସରୋଜ ପଣ୍ଡା, କିଶାନ ପଟ୍ଟନାୟକ, ଦୁର୍ବାଦଳ ପଷାୟତ, କାର୍ତିକ ଦଣ୍ଡସେନା, ପରମେଶ୍ବର କର୍ମୀ, ବେଣୁଧର ସାହ, ମୁନୁ ଭୋଇ. ସୁରେନ୍ଦ୍ର ପଧାନ, ଶୁଭମ ପଧାନ, ବନବିହାରୀ ସାହୁ, ସାମ୍ବାଦିକ ସଂଘ ସଭାପତି ତରୁଣ ବେହେରା, ସାମ୍ବାଦିକ ଅବିନାଶ ନନ୍ଦ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.