ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ଧୂବାମୁଣ୍ଡା ଠାରେ ଥିବା ରେଆର କାର୍ଯ୍ୟାଳୟ ପରିସରରେ ରେଆର, ସୁବର୍ଣ୍ଣପୁର ଜିଲ୍ଲା ଭିନ୍ନକ୍ଷମ ଅଭିଭାବକ ସଂଘ ଓ ଜିଲ୍ଲା ଚେସ ସଂଘର ମିଳିତ ସହଯୋଗରେ ଆଜି ଚାରି ଦିନିଆ ଚେସ ପ୍ରଶିକ୍ଷଣ ଶିବିର ଚାଲିଛି। ପ୍ରଶିକ୍ଷକ ଭାବରେ ଦାଶରଥି ସାହୁ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଏଥିରେ ୧୪ ଜଣ ଦିବ୍ୟାଙ୍ଗ ଶିଶୁ ଅଂଶଗ୍ରହଣ କରିଥିଲେ। ସେହିପରି ସୁକାନ୍ତି ଇଣ୍ଟର୍ନେଶନାଲ ସ୍କୁଲରେ ଆୟୋଜିତ ହୋଇଥିବା ଚେସ ପ୍ରଶିକ୍ଷଣରେ ଅଧ୍ୟକ୍ଷ ସନ୍ତୋଷ କୁମାର ବାସ ଉଦଘାଟନ କରିଥିଲେ। ଏଥିରେ ୨୦ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ଏହା ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। ଖେଳକୁ ରେଆର ସ୍ୱତନ୍ତ୍ର ପ୍ରଶିକ୍ଷକମାନେ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.