ବାଣିପାଙ୍ଗା ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକଙ୍କ ଦବଙ୍ଗଗିରୀ!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବାତେରଲିମା ପଞ୍ଚାୟତ ସ୍ଥିତ ବାଣିପାଙ୍ଗା ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକଙ୍କ ଦବଙ୍ଗଗିରି। ଜଣେ ଶିକ୍ଷକ ହୋଇ ଜଣେ ପଞ୍ଚାୟତର ଜନପ୍ରତିନିଧିଙ୍କୁ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିବା ଓ ଖରାପ ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ବାତେରଲିମା ସରପଞ୍ଚ କରୁଣା ମାଝୀ।

ସୂଚନା ଅନୁସାରେ ବାତେରଲିମା ଗ୍ରାମ ପଞ୍ଚାୟତ ସରପଞ୍ଚ କରୁଣା ମାଝୀ ଜଣେ ଶିକ୍ଷକ ଓ ଦୁଇଜଣ ଶିକ୍ଷୟତ୍ରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଶ୍ରୀ ମାଝୀ ଗତ ୩ମାସ ଆଗରୁ ବାଣିପଙ୍ଗା ବିଦ୍ୟାଳୟର ଜଣେ ଶିକ୍ଷକ ଓ ଦୁଇଜଣ ଶିକ୍ଷୟିତ୍ରୀଙ୍କ ନାମରେ ଅଭିଯୋଗ କରିଆସୁଥିଲେ ହେଁ କେହି ଶୁଣିନଥିଲେ। ତେବେ ଆଜି ଶ୍ରୀ ମାଝୀ ପଞ୍ଚାୟତ କାର୍ଯ୍ୟାଳୟରେ ଥିବାବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମୟ ୧୧ ଘଣ୍ଟା ପରେ ଯାଉଥିବା ଦେଖି ବିଦ୍ୟାଳୟକୁ ଯାଇଥିଲେ ଏବଂ ବିଳମ୍ବରେ ଆସିବା ଓ ଛାତ୍ରଛାତ୍ରୀ ମାନଙ୍କୁ ଠିକ୍ ଭାବରେ ପାଠ ପଢାଉନଥିବା ଅଭିଯୋଗ କରିଥିଲେ।

ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସେ ପଚାରିଥିଲେ ଯେ ଆପଣ ମାନେ କେତେବେଳେ ଆସୁଛନ୍ତି ଓ କେତେବେଳେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ବୋଲି ହେଲେ ଜଣେ ଶିକ୍ଷକ ଜଣେ ଜନପ୍ରତିନିଧିଙ୍କୁ ସିଧା ଖରାପ ବ୍ୟବହାର କରିଥିଲେ। ତେବେ ଆଜି ଏହାକୁ ନେଇ ସରପଞ୍ଚ ଶ୍ରୀ ମାଝୀ ଭିଡିଓ କରୁଥିବା ସମୟରେ ଖେଳ ଶିକ୍ଷକ ବିଜୟ କୁମାର ଭୋଇ ଉତ୍ୟକ୍ତ ହୋଇ ସରପଞ୍ଚକୁ ତୁ କିଏ, ତୁ କହିବା ଲୋକ କିଏ, ତୋ ନାମରେ କେସ ରୁଜୁ କରିବି ବୋଲି କୁ ଭାଷାରେ ଗାଲି ଗୁଲଜ କରିବା ସହିତ ସରପଞ୍ଚ ଶ୍ରୀ ମାଝୀ ଓ ତାଙ୍କ ବାଇକକୁ ତାଲା ପକେଇ ଦେଇଥିଲେ। ତେବେ ଏହାକୁ ନେଇ ସରପଞ୍ଚ ଶ୍ରୀ ମାଝୀ ଅଭିଯୋଗ ଆଣିଥିବା ବେଳେ ଅଞ୍ଚଳ ତଥା ବୁଦ୍ଧିଜୀବି ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.