ଗଞ୍ଜେଇ ଚୋରାଚାଲାଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍(ଏଡିଜେ) ଦିଲ୍ଲୀପ କୁମାର ବିଶ୍ଵାଳ ଆଜି ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ବିଚାର କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ନିର୍ଦ୍ଦୋଷରେ ଖଲାସ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଛତିଶଗଡ଼ ରାଜ୍ୟ ଲାଇଲୁଙ୍ଗା ଥାନା ଟାଙ୍ଗରପେର ଗାଁର ଉତ୍ତମ ଶ୍ରୀୱସ। ଗତ ୨୦୨୪ ମାର୍ଚ୍ଚ ୨୪ ତାରିଖ ସୋନପୁର ବୁଢ଼ାରଜା ଛକ୍‌ରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିଲା ବେଳେ ସେହି ସମୟରେ ଏକ କାରରୁ ୨ଟି ଜରି ବ୍ୟାଗ୍‌ରେ ଭର୍ତ୍ତି ହୋଇଥିବା ୬୦କେଜି ଗଞ୍ଜେଇକୁ ଜବତ କରିଥିଲା। ଘଟଣାରେ ସୋନପୁର ଅବକାରୀ ବିଭାଗ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରବର୍ତି ସମୟରେ ମାମଲଟି ସୋନପୁର ଏଡିଜେଙ୍କ କୋର୍ଟରେ ବିଚାରଧିନ ଥିଲା । ଉକ୍ତ ମାମଳାରେ ସମୁଦାୟ ୪ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରାଯାଇଥିଲା ବେଳେ ଆବଶ୍ୟକ ସକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ନନ୍ଦ କିଶୋର ତ୍ରିପାଠୀ ଏହି ମାମଲା ପରିଚାଳନା କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.