ତୁରନ୍ତ ମୁଖ୍ୟରାସ୍ତା ମରାମତି ଦାବିରେ ଆଜି ବିନିକା ବନ୍ଦ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଦେଇ ଯାଇଥିବା ସୋନପୁର- ବରଗଡ଼ ମୁଖ୍ୟ ରାସ୍ତା ଶୀଘ୍ର ନିର୍ମାଣ ଦାଵୀରେ ଆଜି ବିନିକାରେ ବନ୍ଦ ପାଳନ ହୋଇଛି। ବିନିକା ସହରରେ ମୁଖ୍ୟ ରାସ୍ତା କାମ ସମ୍ପୂର୍ଣ୍ଣ ନ ହୋଇ ନ ପାରି ମରଣଯନ୍ତା ପାଲଟିଥିବା ବେଳେ ଆଜି ମରାମତି ଦାବିରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ୮ ଘଣ୍ଟିଆ ବନ୍ଦ ପାଳନ ଚାଲିଛି।

ସହରର ପାପକ୍ଷୟ ଛକରୁ ଡଭଲା ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଥିବାବେଳେ ବାରମ୍ବାର ଅଭିଯୋଗ ପରେ ବି ମରାମତି ହେଉ ନଥିବା ଅଭିଯୋଗ ହେଉଛି। ଆନ୍ଦୋଳନକାରୀ ମାନେ ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ବନ୍ଦ ପାଳନରେ କେବଳ ଜରୁରୀ ସେବାକୁ ଛାଡି ଦେଲେ ସହରର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ବେସରକାରୀ ଅନୁଷ୍ଠାନ ଆଦି ସମ୍ପୂର୍ଣ୍ଣ ଭାବେ ସ୍ଵତ୍ତଃପୂର୍ତ ଭାବରେ ବନ୍ଦ ହୋଇଥିବା ବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ସେପଟେ ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀ ୪/୫ ଦିନ ଭିତରେ ତୁରନ୍ତ ମରାମତି ପାଇଁ ଆନ୍ଦୋଳନକାରୀ ଙ୍କ ସହ କଥାବାର୍ତ୍ତା ହୋଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ବାହାରୁ ଆସୁଥିବା ଲୋକେ ନାହିଁ ନ ଥିବା ଅବସ୍ଥା ଭୋଗୁଥିବା ଦେଖାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.