ଡାବୁଗାଁ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ ସିଧା ପ୍ରସାରଣ ଲାଇଭ ଟିଭି ଚ୍ୟାନାଲ ମାଧ୍ୟମରେ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର (ମିହିର ଶଙ୍କର ପାତ୍ର): ବିକଶିତ ଗାଁ ବିକଶିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କର କମଳରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ୧୨ ଘଣ୍ଟା ସମୟରେ ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେଲା।ଡାବୁଗାଁ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ ସିଧା ପ୍ରସାରଣ ଲାଇଭ ଟିଭି ଚ୍ୟାନାଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।

ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବାସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନଭ ଯୋଜନାର ଲକ୍ଷ୍ୟ ରଖା ଯାଇଛି।ଏହା ଦ୍ୱାରା ନୂତନ ସରକାରଙ୍କର ଉତ୍କର୍ଷ ଓଡିଶା – ୨୦୩୬ ର ରୂପାନ୍ତରଣରେ ଏହା ସହଯୋଗ କରିଵା ସହ ନୂତନ ଦିଗଦର୍ଶନର ବାର୍ତ୍ତା ଦବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

ଏହି ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବାପାଇଁ ଲକ୍ଷ୍ୟ ରଖା ଯାଇଛି। ପ୍ରତି ବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକାରଣ ପାଇଁ ଖର୍ଚ୍ଚ କରାଯିବା ପାଇଁ ଲକ୍ଷ ରଖା ଯାଇଛି।ଏହାର ସିଧା ପ୍ରସାରଣ ୱେବ୍ସାଇଟ ଜରିଆରେ ପ୍ରଦର୍ଶନର ଏଵଂ ଲାଇଭ ଟିଭି ଚ୍ୟାନେଲ ମାଧ୍ୟମରେ ପ୍ରଚାର ପ୍ରସାର କରାଗଲା।ଏହି ଅବସରରେ ଡାବୁଗାଁ ବ୍ଲକର ଏବିଡ଼ିଓ ପଦ୍ମନାବ ତ୍ରିପାଠୀ ସହ ସମସ୍ତ କର୍ମଚାରୀ, ଜନପ୍ରତିନିଧି, ଏକ ଜାରରୁ ଉର୍ଦ୍ଧ ମିଶାନଶକ୍ତି ର ମିହିଳା ମାନେ ଉପସ୍ଥିତି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.