ସୋନପୁର ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଆଦର୍ଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଫକୀର ଚରଣ ଭୋଇ, ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷୟିତ୍ରୀ ରୀତା ଗ୍ଲୋରିଆ ଏକ୍କା, ଗଡଭିତର ସିଆରସିସି ଶ୍ରୀଯୁକ୍ତ ବୁଦ୍ଧଦେବ ସା ଯୋଗ ଦେଇଥିବା ବେଳେ ଶିକ୍ଷକ ଶ୍ରୀଯୁକ୍ତ ଅମ୍ବୁଜ ବିହାରୀ ଶତପଥି ମଞ୍ଚ ପରିଚାଳନା କରିଥିଲେ। ସିଆରସିସି ହରିହର ସା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଆଦର୍ଶ ସରକାରୀ ଉ. ପ୍ରା. ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲା ବେଳେ ପରେ ନିପୁଣ ଓଡିଶାର ଗୀତ ଓ ଲୋଗୋ ଉନ୍ମୋଚିତ ହୋଇଥିଲା। ସମସ୍ତ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ମେଳାରେ ବହୁ ଭାଷା ଓ ଗଣିତ ଉପକରଣ ପ୍ରଦର୍ଶିତ ହୋଇଥିବା ବେଳେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଏଥିରେ ସମସ୍ତ ସିଆରସିସି, ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.