ପୂର୍ବ ଶତ୍ରୁତାରୁ ଗୁଳି କାଣ୍ଡ: ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ବେଡାଗାଁ ପଞ୍ଚାୟତ ଦେହେଡ଼ା ଗାଁର ସାନଭାଇ ପୂର୍ଣ୍ଣ ମାଝୀ (୩୫)ଙ୍କୁ ତାଙ୍କର ନିଜ ବଡ଼ଭାଇ କୃଷ୍ଣ ମାଝୀ ଏକ ଦେଶୀ ବନ୍ଧୁକରୁ ପଏଣ୍ଟ ବ୍ଲାଙ୍କରେ ଗୁଳି ଚଳାଇ ହତ୍ୟା କରିଛି। ସୂଚନାନୁସାରେ, ବର୍ଷକ ପୂର୍ବରୁ କୃଷ୍ଣ ଓ ପୂର୍ଣ୍ଣଙ୍କ ମଧ୍ୟରେ କୌଣସି କଥା କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ବଡ଼ଭାଇ କୃଷ୍ଣକୁ ମୃତକ ପୂର୍ଣ୍ଣ ଚାପୁଡ଼ାଟିଏ ଦେଇଥିଲା। ତେବେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ବୁଝାମଣା ହାଇଥିଲେ ହେଁ ମନରେ ରାଗ ରଖୁଥିଲା କୃଷ୍ଣ। ଦୀର୍ଘ ଦିନରୁ ସୁଯୋଗ ଖୋଜୁଥ‌ିବା କୃଷ୍ଣ ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ରେ ପୂର୍ଣ୍ଣ ଖାଇପିଇ ଶୋଇଥିବା ବେଳେ ଘର ଭିତରକୁ ପଶି ଏକ ଦେଶୀ ବନ୍ଧୁକକୁ ସିଧା ରଖି ଗୁଳି ଚଳାଇ ଦେବାରୁ ଘଟଣାସ୍ଥଳରେ ହିଁ ପୂର୍ଣ୍ଣଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଖବର ପାଇ ବିଶ୍ବନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କ ନେତୃତ୍ବରେ ଏସଆଇ ବୁଦ୍ଧିରାମ ମାଝୀ, ବୁଦ୍ଧେଶ୍ୟାମ ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଏହାପରେ ଘଟଣା ସ୍ଥଳରେ କେସିଙ୍ଗା ଏସଡିପିଓ ଅଜୟ ଦାସ ଓ ସାଇଣ୍ଟିଫିକ ଟିମ ଏସ୍.ଓ ମନୋଜ କୁମାର ମାଝୀ, କେ.ନାଇନ୍ ସ୍କୁଆର୍ଡ ପ୍ରମୁଖ ପହଞ୍ଚି ମୃତ ଦେହ ଯାଞ୍ଚ କରିବା ପରେ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ଼ ପଠାଯାଇଥିବା ଜଣା ପଡ଼ିଛି। କେସ ନଂ ୯/୮,୨୦୨୫,ଅଣ୍ଡର ସେକ୍ସନ ୧୦୩ ବି.ଏନ୍.ଏସ୍.ଆର ଡବ୍ଲୁ ସେକ୍ସନ ୨୫,୨୭ ଆର୍ମଏଫ୍. ଆକ୍ଟରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି ପୁଲିସ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.