ରେଖପୁର ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରେଖପୁର ଗ୍ରାମରେ ଚାଲିଛି ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ। ମାର୍ଚ୍ଚ ୮ ଶନିବାର ଦିନ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ପ୍ରାତଃ ପ୍ରତିଷ୍ଠା କର୍ମାରମ୍ଭ, ଶାଳା ସଂସ୍କାର, ସୂର୍ଯ୍ୟ ପୂଜା, ଗୋ ପୂଜା, ଦେବତା ଧାନ୍ୟାଧିବାସ, ବୃହତ ବୈଷ୍ଣବାନୀ ସଂସ୍କାର, ହୋମ ଆଦି ସଂପନ୍ନ ହୋଇଛି। ଛତ୍ରପୁରର ପଣ୍ଡିତ ମନୋଜ କୁମାର ସତପଥି ଏବଂ ସାଥି ପ୍ରତିଷ୍ଠା କାର୍ଯ୍ୟକ୍ରମର ଦାଇତ୍ୱ ନିର୍ବାହ କରୁଥିବାବେଳେ ଟର୍ଜିନ କୁମାର ଭୋଇ ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ଭୋଇ ମୁଖ୍ୟ କର୍ତ୍ତା ଭାବେ ଅବସ୍ଥାପିତ ହୋଇଛନ୍ତି। ସହଯୋଗୀ କର୍ତ୍ତା ଭାବେ ଗୁଣମଣି ଭୋଇ ଓ ତାଙ୍କ ଧର୍ମପତ୍ନୀ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ ଦାଇତ୍ୱ ନିର୍ବାହ କରୁଛନ୍ତି। ରାତିରେ କଂସ ଦରବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବୌଦର ମନୋଜ କୁମାର ମହାନ୍ତି କଂସ ଭୂମିକାରେ ଚମତ୍କାର ଅଭିନୟ କରିଥିଲେ। ରେଖପୁର ଗ୍ରାମବାସୀ ବୃନ୍ଦ ଓ ନର୍ଲା ଯାଦବ ମଣ୍ଡଳ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବ ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୫ରେ ସମାପନ ହେବ। ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ ଓ କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ସହ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.