କୁମ୍ଭାରୀରେ ଅନ୍ତର୍ଜାତୀୟ ମହିଳା ଦିବସ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କୁମ୍ଭାରୀର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ନେହରୁ ଯୁବ କେନ୍ଦ୍ର, ବଲାଙ୍ଗୀର ଓ ସ୍ୱାଗତ ସେବା ସଙ୍ଘ, କୁମ୍ଭାରୀର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ପାଳିତ ହୋଇଯାଇଛି | ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍ବେଛାସେବୀ ତଥା ସ୍ୱାଗତ ସେବା ସଙ୍ଘ ସମ୍ପାଦକ ଝସକେତନ ରଣା ସଭା ପରିଚାଳନା କରିଥିବା ବେଳେ କୁମ୍ଭାରୀ ସରପଞ୍ଚ ଶୈଳେନ୍ଦ୍ରି ମହାନନ୍ଦ ମୁଖ୍ୟ ଅତିଥି, ସମିତି ସଭ୍ୟା ସରୋଜିନୀ ବିଭାର, ଏସଆଇଆରଡ଼ିର ରାଜ୍ୟ ତାଲିମଦାତା ବସନ୍ତ ବିଭାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଦେଶର ପ୍ରଗତିରେ ମହିଳାଙ୍କ ଭୂମିକା, ମହିଳାଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଆଇନ ଓ ରହିଥିବା ସରକାରୀ ସୁବିଧା ସୁଯୋଗ, ନିଶା ନିବାରଣ ଆଦି ବିଷୟରେ ବକ୍ତାଗଣ ବକ୍ତବ୍ୟ ଦେଇଥିଲେ | କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଏମବିକେଙ୍କ ସମେତ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ | ଶେଷରେ ଜୟନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.