ଯୁବ ବିକାଶ ଫାଉଣ୍ଡେସନ ତରଫରୁ ପାଳିତ ହେଲା ବିଶ୍ବ ମହିଳା ଦିବସ

‘ଶକ୍ତିର ଉତ୍ସ: ମହିଳା ସାମର୍ଥ୍ୟ’ ପ୍ରସଙ୍ଗରେ ଅତିଥିମାନେ କଲେ ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଯୁବ ବିକାଶ ଫାଉଣ୍ଡେସନ, ସ୍କୋର୍ ଲାଇଭ୍ ହୁଡ୍ ଫାଉଣ୍ଡେସନ ଏବଂ ଏସ୍.ଏମ୍.ଏଫ୍.ଜି. ଗ୍ରାମଶକ୍ତି ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବିଶ୍ବ ମହିଳା ଦିବସ ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଆଇଟିଆଇ ଛକ ନିକଟସ୍ଥ ଓଡେଶା ଭବନରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ଓ ସଫଳତାକୁ ନେଇ ‘ଶକ୍ତିର ଉତ୍ସ:ମହିଳା ସାମର୍ଥ୍ୟ’ ପ୍ରସଙ୍ଗରେ ଅତିଥିମାନେ ଆଲୋଚନା କରିଥିଲେ।

ଏହି ଉତ୍ସବରେ ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ ଅଂଚଳରୁ ପାଖାପାଖି ୧୨୦ ମହିଳା, ଯେଉଁମାନେ କି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଏବଂ ଏମ୍ବ୍ରୋଡରୀ ଟ୍ରେନିଂ ନେଉଥିବା ମହିଳାମାନେ ଅଂଶଗ୍ରହଣ କରିଥିଲେ। ସେମାନେ ମହିଳାମାନଙ୍କ ନିଜସ୍ବ ଅଭିଜ୍ଞତା, ସଫଳତା ତଥା ଅଗ୍ରଗତି ସଂପର୍କରେ ଅନୁପ୍ରେରଣା ମୂଳକ ଅଭିଭାଷଣ ପ୍ରଦାନ କରିଥିଲେ। ‘ଯୁବ ବିକାଶ’ର ମୁଖ୍ୟ ଗୋବିନ୍ଦ ବଲ୍ଲଭ ଦଳାଇ ସଭାପତିତ୍ବ କରି ମହିଳାମାନଙ୍କୁ ବାର୍ତ୍ତା ଦେଇଥିଲେ କି ମହିଳାମାନେ ହେଉଛନ୍ତି ସମାଜର ମୂଳ ଶକ୍ତି। ଏହି ପ୍ରୟାସ ଦ୍ବାରା ଆମେ ସେମାନଙ୍କ ଅଗ୍ରଗତି ଏବଂ ସ୍ବାବଲମ୍ବନଶୀଳତକୁ ଉତ୍ସାହିତ କରିବାକୁ ଚାହୁଁଛୁ। ‘ସ୍କୋର୍ ଲାଇଭ୍ ହୁଡ଼ ଏବଂ SMFG ପକ୍ଷରୁ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଅର୍ଥନୈତିକ ସମର୍ଥନ ପ୍ରଦାନ କରିବାକୁ ବିଭିନ୍ନ ଉଦ୍ୟୋଗର କାର୍ଯ୍ୟ ହାତକୁ ନିଆଯାଇଛି। ଏହି ଉଦ୍ୟୋଗ ମାଧ୍ୟମରେ ମହିଳାମାନଙ୍କ ଜୀବନମାନରେ ଅଗ୍ରଗତି ପାଇଁ ଏକ ନୂତନ ଦିଗ ଉନ୍ମୋଚିତ ହେବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆଶାକର୍ମୀ ଯମୁନା ସିଂ, ମୁଖ୍ୟବକ୍ତା କବି ପ୍ରଶାନ୍ତ ଦାସ ଦାସ, ସମ୍ମାନିତ ଅତିଥି ବାଲେଶ୍ବର ‘ସମାଜ’ର ବ୍ୟୁରୋ ଚିଫ୍ ଶଶିରଞ୍ଜନ ମଲ୍ଲିକ, ବାଲେଶ୍ଵର ‘ସକାଳ’ର ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି, ସମାଜସେବୀ ବିଦେଶିନୀ ପଟେଲ, ‘ମାଆ ଘର’ର ଅଧ୍ଯକ୍ଷା ସ୍ଵଚ୍ଛନ୍ଦା ମହାପାତ୍ର ପ୍ରମୁଖ ଯୋଗ ଦେଇ ମହିଳାମାନଙ୍କ ନିଜସ୍ବ ଶକ୍ତି ଓ ସ୍ବାଧୀନତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଯମୁନାରାଣୀ ସିଂ, ସ୍ଵଚ୍ଛନ୍ଦା ମହାପାତ୍ର, ବିଦେଶିନୀ ପଟେଲ ଓ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ‘ଯୁବ ବିକାଶ’ ତରଫରୁ ୪ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା | ମୁଖ୍ୟ ଅତିଥି ଯମୁନାରାଣୀ ସିଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସର୍ବନିମ୍ନ ପଦବୀରେ ଥାଇ ମଧ୍ୟ ଲୋକଙ୍କର ସେବା କରିବା ପାଇଁ ତାଙ୍କର ସଂଘର୍ଷମୟ ଜୀବନ ବିଷୟରେ ଆଲୋଚନା କରି ମହିଳାମାନଙ୍କୁ ଅନୁପ୍ରାଣିତ କରିଥିଲେ। ମୁଖ୍ୟବକ୍ତା କବି ପ୍ରଶାନ୍ତ ଦାସ ଜାତୀୟ ସ୍ତରର ମହିଳା ମାନଙ୍କର ସଂଘର୍ଷ, ସଫଳତା ଏବଂ ସମାଜ ପ୍ରତି ତାଙ୍କର ଅମୂଲ୍ଯ ଅବଦାନକୁ ସ୍ମରଣ କରିବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ, ସ୍ବାବଲମ୍ବୀ ହେବାକୁ ବାର୍ତ୍ତା ପ୍ରଦାନ କରିଥିଲ।ଏହି କାର୍ଯ୍ୟକ୍ରମକୁ ‘ଯୁବ ବିକାଶ’ର ପ୍ରଶାନ୍ତ କୁମାର ପଟେଲ ଏବଂ ଅସିତ କୁମାର ଦଳାଇ, ସୁବାସ ଖୁଣ୍ଟିଆ, ପରେଶ କୁମାର କର, ଅମିତା କର, ପୂର୍ଣ୍ଣଚନ୍ଦ୍ର ଜେନା, ଚନ୍ଦନ କୁମାର, ଭାଗ୍ୟଲକ୍ଷ୍ମୀ ରାଉତ, ବିନତି ପରିଡା, ଲକ୍ଷ୍ମୀପ୍ରିୟା ମାଣ୍ଡି, ସମ୍ବିତ ଖୁଣ୍ଟିଆ, ରାଖାଲ ମାଇତି, ଚୁମକି ମାଝୀ ପ୍ରମୁଖ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.