ଭାରତୀୟ ମାଷ୍ଟର ଖେଳ ପ୍ରତିଯୋଗିତା: ଗୋ୍ଲଡ଼ ମେଡାଲ ପାଇଲେ ବଡ଼ମାଳର ମହେଶ୍ୱର ମହାନନ୍ଦ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଗଣ୍ଡତ୍ରାପାଲି ପଂଚାୟତ ର ବଡ଼ମାଳ (ଫପସୀ )ଗ୍ରାମର ମହେଶ୍ୱର ମହାନନ୍ଦ  (୩୧) ଜଣେ ଓଡ଼ିଆ ପୁଅ ଭାବେ ନେଇ ଆସିଛନ୍ତି ଓଡିଶା ର ସମ୍ମାନ l ସୂଚନା ମୁତାବକ ଏହି ୭ମ ଭାରତୀୟ ମାଷ୍ଟର ଖେଳ ୨୦୦୭ ରେ ଆରମ୍ଭ ହୋଇଥିଲା l ଖେଳଟି ପ୍ରତେକ ବର୍ଷ ଖେଳା ଯାଇଥାଏ l ଏଠାରେ ଭଳିବଳ, ବ୍ୟାଟମିନଟ, ହକି, ଲମ୍ୱଡିଆଁ, ଉଚ୍ଚଡିଆଁ, ସଟଫୁଟ, ଯାବଲିନ, ସହେମିଟର ଦୌଡ଼, ଅନେକ ପ୍ରକାର ଖେଳ ଖେଳା ଯାଇଥାଏ l ଚଳିତ ବର୍ଷ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ ଠାରେ ଖେଳ ଅନୁଷ୍ଠିତ ହୋଇଥିଲା l ଏଠାରେ ପାଖାପାଖି ପାଞ୍ଚହଜାରରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ l ସେଥି ମଧ୍ୟରୁ ଶ୍ରୀ ମହାନନ୍ଦ ଉଚ୍ଚଡିଆଁରେ ଗୋଲଡ ମେଡଲ ଓ ଶହେମିଟର ଦୌଡ଼ରେ ବ୍ରୋଞ୍ଜ ହାସଲ କରିଥିଲେ l ଏନେଇ ସାରା ଓଡିଶାର ଖେଳାଳି ମାନଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି l ଶ୍ରୀ ମହାନନ୍ଦଙ୍କୁ ଦୁତିଚାନ୍ଦ ସମତେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଉପାଦକ୍ଷ ଗୁଣସାଗର ମାଝୀ, ଜିଲ୍ଲାପରିଷ ପ୍ରମୋଦ କୁମାର ଭୋଇ, ସରପଞ୍ଚ ମନୀଷ ସୁନା, ଓ ସଇଁତଳା ବ୍ଲକ ସମ୍ପାଦିକ ସଂଘ ସଭାପତି ତରୁଣ ବେହେରା ଓ ବିଭିନ୍ନ ସଂଗଠନ ତରଫରୁ ସୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି l ଶ୍ରୀ ମହାନନ୍ଦ ପେସାରେ ଜଣେ କମ୍ପାନୀ କର୍ମଚାରୀ କିନ୍ତୁ ନିଶାରେ ଖେଳାଳି l ସେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ ଥିବାବେଳେ ତାଙ୍କୁ କେନ୍ଦୁଝର ବଦଳି କରାଯାଇଛି l ତେଣୁ ସେ ରାଉରକେଲାରେ ଯେଉଁ ଭଳି ଖେଳ ପାଇଁ କୋଚିଂ କରୁଥିଲେ l ସେଭଳି ଷ୍ଟାଡିୟମ କୋଚିଂ କେନ୍ଦୁଝର ମିଳିବ କି ନାହିଁ ବୋଲି ସେନେଇ ଚିନ୍ତିତ ଅଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.