ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସେଚ୍ଛାସେବୀ ଅନୁଷ୍ଠାନ ପରିବାର ଓଡିଶା, ଜିଲ୍ଲା ଭିନ୍ନକ୍ଷମ ଓ ଅଭିଭାବକ ସଂଘ, ସୁବର୍ଣ୍ଣପୁର ଏବଂ ଭିନ୍ନକ୍ଷମଙ୍କ କାର୍ଯ୍ୟରତ ସେଚ୍ଛାସେବୀ ଅନୁଷ୍ଠାନ ରେଆର ଆନୁକୂଲ୍ୟରେ ବୌଦ୍ଧିକ ଓ ବିକାଶ ବାତ ଭିନ୍ନକ୍ଷମ ଙ୍କ ପାଇଁ କାମ କରୁଥିବା ଅନୁଷ୍ଠାନ, ସଂଗଠନ ଏବଂ ଅଭିଭାବକ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସହ ପରିବାର ଓଡିଶା ର ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଚେତନତା କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମଟି ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମଗ୍ରିକ ବିକାଶ ଦିଗରେ କାମ କରିବା ତଥା ସେମାନଙ୍କ ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଆଇନ୍ ଓ ଯୋଜନା କୁ ସଠିକ୍ ଭାବରେ ଜାଣିବାକୁ ହେବ ବୋଲି ଉପସ୍ଥାପିତ କରିଥିଲେ। ଏହା ସହ ବୌଦ୍ଧିକ ଓ ବିକାଶ ବାସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଯତ୍ନ ଓ ସେବା ପାଇଁ ସବୁବେଳେ ଆଗଭର ହେବା ପାଇଁ ମତପ୍ରକାଶ କରିଥିଲେ। ପରିବାର ଓଡିଶାର ସଂପାଦକ କାର୍ତିକ ଚନ୍ଦ୍ର ପାଣ୍ଡବ ଭିନ୍ନକ୍ଷମଙ୍କ ଉପଯୁକ୍ତ ଥଇଥାନ ପାଇଁ ଅଭିବାକଙ୍କ ଭୂମିକା ଓ ସରକାର ଙ୍କ ଦାୟିତ୍ଵ ସମାନଭାବେ ଗୁରୁତ୍ବପୂର୍ଣ ବୋଲି ପ୍ରକାଶ କରିଥିବା ବେଳେ ଜିଲ୍ଲା ଭିନ୍ନକ୍ଷମ ଓ ଅଭିଭାବକ ସଂଘର ସଭାପତି ସୌଦାଗର ପାତ୍ର ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମଟି ଭିନ୍ନକ୍ଷମଙ୍କ ବିକାଶ ଓ ଥଇଥାନ କୁ ସୁନିଶ୍ଚିତ କରିବ ବୋଲି ମତ ଦେଇଥିଲେ। ପରିବାର ଓଡିଶାର ସଭାପତି ଗୌରୀଶ୍ୟାମ ପଣ୍ଡା ସମସ୍ତ ଅଭିଭାବକ ମାନେ ଆଗେଇ ଆସି ବୌଦ୍ଧିକ ଓ ବିକାଶ ବାତ ଭିନ୍ନକ୍ଷମ ମାନଙ୍କ ଗୋଷ୍ଠୀ ଭିତ୍ତିକ ଥଇଥାନ ପାଇଁ କାର୍ଯ୍ୟ କରିବା ପାଇଁ ମତ ଦେଇଥିଲେ। ବୈଷୟିକ ପର୍ଯ୍ୟାୟରେ ସାଧନା ବାରିପଦା ର ନିର୍ଦ୍ଦେଶକ ରଞ୍ଜିତ ମହାପାତ୍ର ଯୋଗଦେଇ ଭିନ୍ନକ୍ଷମ ଙ୍କ ଅଧିକାର ଅଧିନୀୟମ ୨୦୧୬ ତଥା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଯୋଜନା ଓ ପ୍ରାପ୍ୟ ସମ୍ପର୍କରେ ଉପସ୍ଥାପନ କରିଥିବା ବେଳେ ଏକ୍ତା କୋରାପୁଟ୍ ର ଭୌତିକ ଚିକିତ୍ସକ ନିରାକାର ଦେବଦାସ ରାଷ୍ଟ୍ରୀୟ ନ୍ୟାସ ଆଇନ୍ ଓ ତତ୍ ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାନ କରିଥିଲେ । ରେଆର ର ସାଧାରଣ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଅନଙ୍ଗ ନେଗି ରାଷ୍ଟ୍ରୀୟ ନ୍ୟାସ ଅଧୀନସ୍ଥ ଲୋକାଲ ଲେଭେଲ୍ କମିଟି ର ଗଠନ, କାର୍ଯ୍ୟାନ୍ଵୟନ ତଥା ବୈଠକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିବା ସହ ନିରାମୟ ସାସ୍ଥ୍ୟ ବିମା ଯୋଜନା ସମ୍ପର୍କରେ ବିଷଦ୍ ଉପସ୍ଥାପନ କରିଥିଲେ। ପରିବାର ଓଡିଶା ର ସାଧାରଣ ସମ୍ପାଦକ କାର୍ତିକ ଚନ୍ଦ୍ର ପାଣ୍ଡବ ଗ୍ରାମାଞ୍ଚଳରେ ବୌଦ୍ଧିକ ଓ ବିକାଶ ବାତ ଭିନ୍ନକ୍ଷମଙ୍କ ଥଇଥାନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିବା ବେଳେ ବୈଷୟିକ ପର୍ଯ୍ୟାୟକୁ ପଂଚାନନ ପାତ୍ର, ଆଶିର୍ବାଦ ସାମଲ, କାର୍ତିକ ପାଣ୍ଡବ, ମନୋଜ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ଶେଷ ପର୍ଯ୍ୟାୟରେ ପରିବାର ଓଡିଶାର ସକ୍ରିୟ କାର୍ଯ୍ୟକ୍ରମ ପାଇଁ ନୂତନ ଅଭିଭାବକ ସଂଘ ଗଠନ କରିବା, ମିଶନ କ୍ଷମତା ଅଧନରେ ଭିନ୍ନକ୍ଷମ ସୟଂ ସହାୟକ ଗୋଷ୍ଠି କୁ ଆର୍ଥିକ ସହଯୋଗ ଦେବା, ଜିଲ୍ଲା ଭିନ୍ନକ୍ଷମ କମିଟୀ, ଲୋକାଲ ଲେଭେଲ କମିଟୀ ର ନିୟମିତ ବୈଠକ ହେବା ସମ୍ପର୍କରେ ମତାମତ ଦେଇଥିଲେ । କାର୍ଯକ୍ରମ ରେ ୧୮ ଟି ଜିଲ୍ଲାରୁ ଅଭିଭାବକ ସଂଘ ର କର୍ମକତା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ କାମ କରୁଥିବା ସେଚ୍ଛାସେବୀ ସଂଗଠନ କର୍ମକର୍ତାମାନେ ଭାଗନେଇ ସେମାନଙ୍କ ମତାମତ ଦେଇଥିଲେ। କାର୍ଯ୍ୟକ୍ରମରେ ସୋନାଲିକା ସୁନା, ବିଶାଦିନି ସରଭଙ୍ଗ, ଅମ୍ରିତେଶ ପଣ୍ଡା, କୁଲୁ ଦନ୍ତା, ଧନୁର୍ଦ୍ଧର ନାଏକ ଓ ମନୋଜ ସ୍ଵାଇଁ ସହଯୋଗ କରିଥିବା ବେଳେ ସଦସ୍ୟା ହରିପ୍ରିୟା ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ ।