ଲଘୁଚାପ  ଜନିତ କ୍ଷତି ପୁରଣ ଟଙ୍କା ଦେଇନଥିବାରୁ ବ୍ୟାଙ୍କ ଆଗରେ ଚାଷୀଙ୍କ ଆନ୍ଦୋଳନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ ଦାଶ): ଗତ 2024 ଡିସେମ୍ବର ମାସ ରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଫସଲ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇ ଥିଲା | ଏହି ଘଟଣା କୁ ହୃଦୟଙ୍ଗମ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ବ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହିତକଥାବାର୍ତା କରିଥିଲେ | ରାଜସ୍ୱ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଘୋଷଣା କରି ଏହା ଉପରେରାଜସ୍ବ ବିଭାଗ ସଚିବ ଙ୍କୁ ନିର୍ଦେଶ ଦେଇଥିଲେ | ବିଭାଗୀୟ ସଚିବ ଜିଲ୍ଲାର ଜିଲ୍ଲପାଳ ମାନଙ୍କୁ କହିଥିଲେ | ତେବେ ଜିଲ୍ଲା ପାଳଙ୍କ ନିର୍ଦେଶକ୍ରମେ ସବୁ ତହସିଲଦାର ଓ ଆରଇ ମାନେ କ୍ଷେତ୍ର ପରିଦର୍ଶନ କରି ରାଜ୍ୟ ସରକାର ଙ୍କୁ ରିପୋର୍ଟ ଦେଇଥିଲେ | ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରିପୋର୍ଟ ଦେଖି କ୍ଷତି ପୂରଣ ଟଙ୍କା ଜିଲ୍ଲା ପାଳ ଅଫିସ ଓସେଠାରୁ ତହସିଲଦାର ଙ୍କ ଅଫିସ କୁ ପଠାଇ ଥିଲେ | ତେବେ ପୁରୁଷୋତ୍ତମପୁର ତହସିଲ ଦାର ବିନୋଦ କୁମାର ବେହେରା26ଗୋଟିପଞ୍ଚାୟତଓ ଏନଏସି ର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କ ଏକାଉଣ୍ଟ କୁ ଟଙ୍କା ପଠାଇବା ନିମନ୍ତେ ପୁରୁଷୋତ୍ତମପୁର ରେ ଥିବା ଆକ୍ସିସ ବେଙ୍କ ଙ୍କୁ ଚେକ ପଠାଇଥିଲେ | ତେବେ ଆକ୍ସିସ ବେଙ୍କ ର ମନମୁଖୀ ଯୋଗୁଁ କିଛି ପଞ୍ଚାୟତର ଚାଷୀଙ୍କ ଖାତା କୁ ଟଙ୍କା ପଠାଇ ଅନ୍ୟ ପଞ୍ଚାୟତ ର ଚାଷୀଙ୍କ ଖାତାକୁ ଟଙ୍କାପଠାଇ ନଥିବାରୁ ଏବଂ ଚାଷୀମାନେ ବାରମ୍ବାର ବେଙ୍କ କୁ ଆସି ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବାରୁ ବାଲିଆ, ଆଲଡ଼ି ଗାଁ ଓ ଖାଜିପାଲୀ ଗ୍ରାମର ବହୁ ଚାଷୀ ଏବଂ ସରପଞ୍ଚ ପ୍ରତିନିଧି ରାଜୀବ ଲୋଚନ ବେହେରା, ନ୍ୟାୟ ସରପଞ୍ଚ ଝଡିଆ ବେହେରା, ଏବଂ ସମାଜ ସେଵୀ ଏନ ରାମଚନ୍ଦ୍ର ରେଡ଼ିଙ୍କ ସହିତ ବହୁ ଚାଷୀ ଏବଂ ଏନଏସି ର 14 ନଂ ୱାର୍ଡ କୁମ୍ଭାରୀ ର ଅମର ପଣ୍ଡାଓ କିଛି ଚାଷୀ ଆକ୍ସିସ ବେଙ୍କ ସମ୍ମୁଖରେ ଧାରଣା ରେ ବସିଥିଲେ | ବାଲିଆ ଗ୍ରାମର 369 କ୍ଷତିଗ୍ରସ୍ତ ଚାଷୀ, ଅଲାଡ଼ି ଗାଁ ର 120 ଚାଷୀ, ଓ ଖାଜି ପଲ୍ଲୀ ର 168 ଚାଷୀ, ଏବଂ କେଏ ନ ପୁର ର 201 ଚାଷୀ ଅଟନ୍ତି | ତେବେ ସେଠାରେ ଗଣ ମାଧ୍ୟମ ପ୍ରତିନିଧି ଏହା ଉପରେ ବେଙ୍କର ମେନେଜର ଅଶ୍ୱିନୀ କୁମାର ଦାଶ ଙ୍କୁ ପଚାରି ବାରୁ ମାର୍ଚ୍ଚ ମାସ ରେ କାମ ଗହଳି ସହିତ ଅଧିକାଂଶ ଦିନ ଲିଙ୍କ ଫେଲ ଯୋଗୁଁ ଟଙ୍କା ଯାଇନଥିବା ବୋଲି ମେନେଜର କହିଥିଲେ | ତେବେ ଆଜି ସନ୍ଧ୍ୟା ସୁଦ୍ଧା ଚାଷୀଙ୍କ ଖାତାକୁ ଟଙ୍କା ପହଞ୍ଚି ଯିବ ବୋଲି ପ୍ରତିଶୃତି ଦେଇ ଥିଲେ | କିଛି ଚାଷୀଙ୍କୁ ମଧ୍ୟ ମିଡ଼ିଆ ସମ୍ମୁଖରେ ଏହି ଉତ୍ତର ଦେଇ ଧାରଣା ରୁ ଉଠିଯିବାକୁ କହିଥିଲେ | ତେବେ ଆଜି ଯଦି ଚାଷୀଙ୍କ ଖାତାକୁ ଟଙ୍କା ନଯାଏ ତେବେ ବୁଧୁବାର ଦିନ ପୁଣି ବ୍ଲକରେ ଟଙ୍କା ମିଳିନଥିବା ଚାଷୀମାନେ ଆସି ସାମୁହିକ ଭାବେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.