ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ୧୦ ମାସ ପରେ ଜଣେ ନିୟମିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଇଲା ନର୍ଲା ବ୍ଲକ୍। ନର୍ଲା ଏକ ବ୍ୟାପକ ଅଞ୍ଚଳ ହୋଇଥିବା ବେଳେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନିଙ୍କ ପରେ ଅସ୍ଥାୟୀ ଭାବେ ଭାରପ୍ରାପ୍ତ ଭାବେ ହିଁ ଅନ୍ୟ ଅଧିକାରୀ ଦାୟିତ୍ୱ ତୁଲାଉଥିଲେ। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ନର୍ଲା ବ୍ଲକରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। ଏହା ପୂର୍ଵରୁ ସେ କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘ ୧୦ ମାସ ପରେ ଜଣେ ନିୟମିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନର୍ଲା ବ୍ଲକ ପାଇବା ପରେ ସମଗ୍ର ବ୍ଲକ୍ ଶିକ୍ଷା ବିଭାଗ ଉଲ୍ଲସିତ ଅଛନ୍ତି। ଏ ଅବସରରେ ନୂତନ ଭାବେ ଯୋଗ ଦେଇଥିବା ବିଇଓ ଶ୍ରୀମତୀ ନାଏକଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ଗୋବର୍ଦ୍ଧନ ମାଝୀ, ଉପବିଭାଗ ଅଧିକାରୀ ଟଙ୍କଧର ସାହୁ ତଥା ସମସ୍ତ ଅଫିସ କର୍ମଚାରୀ ଉପସ୍ଥିତ ଥିଲେ। ନୂତନ ବିଇଓ ଶ୍ରୀମତୀ ନାଏକ ଯୋଗଦାନକୁ ଶିକ୍ଷକ ମହଲରେ ମଧ୍ୟ ସ୍ୱାଗତ କରାଯାଉଛି।





