ଗୋପାଳପୁର ମାଁ ମଙ୍ଗଳା କ୍ରିକେଟ; କପୁରମାଳ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ମାଁ ମଙ୍ଗଳା କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ଏହି ପ୍ରତିଯୋଗିତା ଆଠଦିନ ଧରି ଚାଲିଥିବା ବେଳେ ଜୟପାଟଣା ବ୍ଲକର କପୁରମାଳ ଏବଂ କଲମପୁର ବ୍ଳକର ପୋରୁଆ ଗୁଡା କ୍ରିକେଟ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ବାର ଓଭରରେ କପୁର ମାଳ ଆଠ ୱିକେଟ୍ ବିନିମୟରେ ୧୨୧ ରନ୍ ସଂଗ୍ରହ ସଂଗ୍ରହ କରିଥିଲେ। ଏହାର ଜବାବରେ ପୋରୁଆଗୁଡା ଦଳ ଶେଷ ଓଭର ପର୍ଯ୍ୟନ୍ତ ଖେଳି ୮୦ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲେ। କପୁରମାଳ କ୍ରିକେଟ ଦଳ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ହାସଲ କରିବାରେ ସଫଳ ହୋଇଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ସମ୍ମାନିତ ଅତିଥି ଭାବରେ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତର ବଜେଡି ସଭାପତି ଧୃବ ଚରଣ ସାହୁ, ପୁର୍ବତନ ସରପଞ୍ଚ ପ୍ରତିନିଧି ଦିପଚନ୍ଦ ସାହୁ, ଧନେଶ୍ଵର ପୁଞ୍ଜି, ଗଗନ ନାଏକ, ଗୈାର ଶବର, ଗୈାତମ ନାଗ, ଧନୁର୍ଜୟ ନାଗ, ମାଁ ମଙ୍ଗଳା କ୍ରିକେଟ କ୍ଳବ୍ ର ସଭାପତି ମଦନମୋହନ ନାଗ, ବୁଦ୍ଧିମନ୍ତ ଶବର ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଫାଇନାଲ ମ୍ୟାଚରେ  ଟଙ୍କଧର ନାଗ ଖେଳ ପରିଚାଳନା କରିଥିବା ବେଳେ  କୋକିଳ ମାଝୀ ସହଯୋଗ କରିଥିଲେ।  ମହେନ୍ଦ୍ର ବେମାଳ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.