ମାଣ୍ଡେଲ-ପୂଜୀପଦର ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡ଼ିଲା

ଶେଷ ରଜନୀରେ ପୁଜା ମଣ୍ଡପ ସାରା କାଦୁଅ କରିଦେଲା କାଳ ବୈଶାଖି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲର ୧୬ ପ୍ରହର ନାମଯଜ୍ଞ ଦୁଇଦିନ ଧରି ଚାଲିଥିଲା। ଆଜି ସକାଳ ୭ ଘଣ୍ଟା ସମୟରେ ଏହାର ପୂର୍ଣ୍ଣାହୁତି ପଡ଼ିଛି। ମଙ୍ଗଳବାର ସଂଧ୍ୟା ୫ ଘଣ୍ଟା ସମୟରେ ମାଣ୍ଡେଲ ପୂଜୀପଦର ନାମଯଜ୍ଞ କମିଟିର ସଭାପତି କପିକେତନ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ଦିନ ମଧ୍ଯ ସଧ୍ୟାରେ କଳସ ଯାତ୍ରା ସମୟରେ ବର୍ଷା ହୋଇ ଯଜ୍ଞ ମଣ୍ଡପ କାଦୁଅ ହୋଇଥଲା। ଗତକାଲି ୧୬ ପ୍ରହରର ଅନ୍ତିମ ରଜନୀରେ ମଧ୍ୟ ସନ୍ଧ୍ୟା ୬ ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ନିର୍ଘାତିଆ ବର୍ଷା ଯୋଗୁଁ ଯଜ୍ଞ ମଣ୍ଡପ ଓ ଏହାର ପାରିପାର୍ଶ୍ବରେ କାଦୁଅ ହୋଇଯିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରତିକୂଳ ପରିବେଶ ରହିଥିଲେ ମଧ୍ୟ ଅଖଣ୍ଡ ନାମଯଜ୍ଞ ଅନବରତ ଚାଲିଥିଲା। ଶାନ୍ତି ଶୃଙ୍ଖଳାର ସହ ସମପାନ ହୋଇଯାଉଛି ମାଣ୍ଡେଲ ୧୬ ପ୍ରହର ନାମଯଜ୍ଞ। ଏଥିରେ ମୁଖ୍ୟ ପୂଜକ ଭାବରେ ପଣ୍ଡିତ ଅର୍ଜୁନ ମିଶ୍ର ପୁଜନ କାର୍ଯ୍ୟ ପରିଚାଳନା କରିଥିବା ବେଳେ ବିଷ୍ଣୁଚରଣ ବଡପଣ୍ଡା ଓ କଳ୍ପତରୁ ପାଢ଼ୀ ଜପକ ଦାଇତ୍ୱ ନିର୍ବାହନ କରିଥିଲେ। ତ୍ରୀନାଥ ମନ୍ଦିର କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ଭାବରେ ନାମଯଜ୍ଞ ପରିଚାଳନାରେ ସହଯୋଗ ରହିଥିଲା। ସମ୍ପାଦକ ଭାବରେ କୃଷ୍ଣ ଚନ୍ଦ୍ର ନାଏକ, କୋଷାଧ୍ୟକ୍ଷ ଭାବରେ ମକୁନ୍ଦ ମାହାର ଦାୟୀତ୍ବ ନିର୍ବାହନ କରିଥିଲେ। ପୂଜୀପଦର୍ ଓ ମାଣ୍ଡେଲ ଗ୍ରାମବାସୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ବୁଧବାର ଓ ଗୁଗୁରବାର ଦୁଇଦିନ ଅଖଣ୍ଡ ନାମ ଚାଲିବା ପରେ ଶୁକ୍ରବାର ସକାଳ ୭ ଘଣ୍ଟା ସମୟରେ ଏହାର ପୂର୍ଣ୍ଣାହୂତି ପଡିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.