ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର (ସେମିନାର) ସ୍ଥାନୀୟ ଜୟଦୁର୍ଗା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହାର ମୁଖ୍ୟ ବିଷୟବସ୍ତୁ ଥିଲା “ଭାରତର ଶକ୍ତି ଭଣ୍ଡାର ୨୦୪୭ : ସମ୍ଭାବନା ଓ ଆହ୍ବାନ”।କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୋବେଲ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସେମିନାରକୁ ଶୁଭାରମ୍ଭ କରିଥିଲେ। ବ୍ଲକ ବିଜ୍ଞାନ ଶିକ୍ଷକ ଫୋରମର ଉପସଭାପତି ଶ୍ରୀମତୀ ଅହଲ୍ୟା ସାହୁ ଏବଂ ସମ୍ପାଦକ ସନ୍ତୋଷ କୁମାର କର ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ଭାରତର ଭବିଷ୍ୟତ ଶକ୍ତି ସମ୍ପଦ ତଥା ବିଜ୍ଞାନ ଚେତନାର ବିକାଶ ଉପରେ ମାର୍ଗଦର୍ଶନ ଦେଇଥିଲେ।ଫୋରମର ସଦସ୍ୟ କୁବେର ନାଏକ, ବିବେକ ସାହୁ ଓ ଅଂଶୁମାନ ବୁଦ୍ଧିଆ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପିଏମ୍ ଶ୍ରୀ ମଦନପୁରର ବିଜ୍ଞାନ ଶିକ୍ଷକ ବିମଲ ମୁନା ଏବଂ ଦୁଟା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତିଲ ଭୋଇ ବିଚାରକ ଭାବେ ଦାୟିତ୍ୱ ତୁଲାଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ବିଷୟବସ୍ତୁ ଉପରେ ତଥ୍ୟପୂର୍ଣ୍ଣ ଆଲୋଚନା ଉପସ୍ଥାପନ କରିଥିଲେ। ଏଥିରେ ପ୍ରଥମ ସ୍ଥାନରେ- ଡୁଲେଶ୍ୱରୀ ଭୋଇ, ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ, ଦ୍ବିତୀୟ- ପ୍ରିତିମୟୀ ଷଡଙ୍ଗୀ, ପି ଏମ ଶ୍ରୀ ହାଇସ୍କୁଲ, ତୁଲାପଡା, ତୃତୀୟ- ଅଙ୍କିତା ଭୋଇ, ପି ଏମ ଶ୍ରୀ ରାଧାକୃଷ୍ଣ ହାଇସ୍କୁଲ ଶାନ୍ତପୁର ରହିଥିବା ଜଣାପଡ଼ିଛି।





