ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଉପଲକ୍ଷେ ଭାଦ୍ରବ ପରିକ୍ରମା ଉଦ୍‌ଯାପନୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଉପଲକ୍ଷେ ଦୀର୍ଘ ୩୧ ଦିନ ଧରି ଚାଲିଥିବା ଭାଦ୍ରବ ପରିକ୍ରମାର ଉଦଯାପନୀ ଉତ୍ସବ ଜୁନାଗଡ଼ ସତସଙ୍ଗ କେନ୍ଦ୍ରରେ ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ସତସଙ୍ଗୀ ଓ ଭକ୍ତମାନଙ୍କ ଦ୍ୱାରା ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଭଜନ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଭକ୍ତମାନେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଦର୍ଶ ଓ ବାଣୀକୁ ସ୍ମରଣ କରି ତାଙ୍କ ଦର୍ଶିତ ମାର୍ଗରେ ଚାଲିବା ପାଇଁ ସଂକଳ୍ପ ନେଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତସଙ୍ଗ ସଭାପତି ଋତ୍ୱିକ୍ ଅସୀମ ଘୋଷ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୀବନାଦର୍ଶ, ମାନବ ସେବା ଓ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ଭକ୍ତମାନଙ୍କୁ ମାର୍ଗଦର୍ଶନ କରିଥିଲେ।‌ଏହି ଅବସରରେ ଅଧୂର୍ଯ୍ୟ ଅନ୍ତର୍ଯ୍ୟାମୀ ପାଢ଼ୀ, ଯାଜକ ଜଗନ୍ ଚନ୍ଦାନୀ ଓ ଯାଜକ ସଞ୍ଜୟ ପଣ୍ଡାଙ୍କ ସମେତ ବହୁ ସତ୍‌ସଙ୍ଗୀ ଓ ଭକ୍ତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସୋମନାଥ କାୟସ୍ଥ, ଲକ୍ଷ୍ମୀ କାୟସ୍ଥ,ଜଗବନ୍ଧୁ ସାହୁ, ମଧୁସୁଦାନ ସାହୁ, ସନାତନ କାୟସ୍ଥ, ମନ୍ଦାକିନୀ ସାହୁ, ନିକି ପୃଷ୍ଟି ଓ ସ୍ୱପ୍ନା କାୟସ୍ଥଙ୍କ ଦ୍ୱାରା ଭକ୍ତିମୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଙ୍ଗୀତ ପରିବେଷଣ ସମୟରେ ଭକ୍ତମାନେ ଆଧ୍ୟାତ୍ମିକ ଭାବନାରେ ଭାବବିହ୍ୱଳ ହୋଇପଡ଼ିଥିଲେ। କାର୍ଯ୍ୟକ୍ରମରେ ଜୁନାଗଡ଼ ସତସଙ୍ଗ କେନ୍ଦ୍ର ପରିଚାଳନା କମିଟି ସଭାପତି ରଶ୍ମି ରଞ୍ଜନ ନାୟକ, ସାଧାରଣ ସମ୍ପାଦକ ସରୋଜ ବରାଳ, କୋଷାଧ୍ୟକ୍ଷ ସମୀର କୁମାର ଆଦିତ୍ୟ, ଜୁନାଗଡ଼ ସଭାପତି ଋତ୍ୱିକ୍ ରମେଶ ଚନ୍ଦ୍ର ନାୟକ ଏବଂ ସତସଙ୍ଗ କେନ୍ଦ୍ର ଇନଚାର୍ଜ ସ୍ବାସ୍ତିଦୀପ ଆଦିତ୍ୟଙ୍କ ସମେତ ବହୁ ସଂଖ୍ୟକ ସତସଙ୍ଗୀ ଓ ଭକ୍ତ ଉପସ୍ଥିତ ଥିଲେ। ଉଦଯାପନୀ ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମାପିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.