ଦେବଗିରି ମଠରେ ନବାନ୍ନ ଲାଗି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢ଼ୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠରେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନବାନ୍ନ ଲାଗି ହୋଇଛି। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ପୂଜକ ସନ୍ତୋଷ ପାଢ଼ୀ ପାରମ୍ପରିକ ରିତିନିତି ଅନୁସାରେ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ସମେତ କାଶି ବିଶ୍ୱନାଥ ମହାଦେବ, ମହାମାୟା ଚଣ୍ଡୀ, ବୁଢ଼ା ଗଣପତି, କାର୍ତ୍ତିକେୟ, ସିଦ୍ଧି ବିନାୟକ, ଶନିଦେବ, ଯୋଗିନୀଙ୍କ ସମେତ ପାର୍ଶ୍ଵ ଦେବଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ। ମଠର ସେବାୟତ ତପିବର ଦାସ, ଗୋପାଳ ସେବକ ଟିକେ ଗଉଡ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରମୁଖ ନିତି ସମ୍ପାଦନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.