ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଜୁର୍କାଭଟା ଛକରେ ଏକ ଅଘଟଣ ଘଟିଛି ବୁଧବାର ଅପରାହ୍ନ ୪ ଟା ବେଳେ ସେହି ଗାଁର କୁଞ୍ଜ ବିହାରୀ ସାହୁଙ୍କ ୭ ବର୍ଷର ପୁଅ ଅମ୍ଳାନଙ୍କୁ ବୁଦେଲଗୁମା ଗ୍ରାମର ଜଣେ ଯବାନଙ୍କ କାର (ନଂ ଓଡି ୦୮ ଏସ ୩୨୩୩) ଖୁବ ଯୋରରେ ଧକ୍କା ଦେବା ଫଳରେ ଶିଶୁ ଜଣକ ଗୁରୁତର ଆହତ ସୋଇପଡିଛନ୍ତି। ଖବରରୁ ଜଣା ପଡିଛି ଯେ ଜୁର୍କାଭଟା ଗାଁ ଛକରେ ଅମ୍ଳାନ ଛିଡ଼ା ହୋଇ ଗଣେଶ ପୂଜା ଦେଖୁଥିଲେ। ସେହି ସମୟରେ ମଦ ନିଶାରେ ମତାଲ ଡ୍ରାଇଭର କ୍ଷୀପ୍ର ଗତିରେ କାର ଆଣି ଅମ୍ଳାନଙ୍କୁ ଧକ୍କା ଦେବା ଫଳରେ ତାଙ୍କର ମୁଣ୍ଡ, ମୁହଁ, ପିଠି ଓ କାନ୍ଧରେ ଗୁରୁତର ଆଘାତ ଲାଗିବା ସହ ନାକ ଓ କାନରୁ ଅନବରତ ରକ୍ତ ବୋହୁଥିବା ଦେଖିବାକୁ ମିଳିଥିଲା। ଅତି ଗୁରୁତର ଅମ୍ଳାନଙ୍କୁ ନର୍ଲା ଡାକ୍ତର ଭବାନୀପାଟଣା ହେଡ କ୍ୱାର୍ଟର ଡାକ୍ତରଖାନା ପ୍ରେରଣ କରିଥିବା ବେଳେ ଭବାନୀପାଟଣାରୁ ଘରଲୋକେ ବିଶାଖାପାଟନମ ଡାକ୍ତରଖନା ନେଇଥିବା ଜଣାପଡିଛି।
ସେହିଭଳି ମଦନିଶାରେ ଚୁର କୁଶମାଲର ଜଣେ ଯୁବକ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ ନର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ନୂଆଖାଇ ବାସୀରେ ମଦର ପ୍ରାଦୁର୍ଭାବକୁ ଏସବୁ ଅଘଟଣ ପାଇଁ ଦାୟୀ କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀମାନେ।






