ମୋଦୀଙ୍କ ଜନ୍ମଦିନରେ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବସ୍ତା ଥାନା ଅନ୍ତର୍ଗତ ମଥାନୀସ୍ଥିତ ‘ବାସନ୍ତୀ ପ୍ଲାଜା’ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସାମାଜିକ କର୍ମୀ ତଥା ପରିବେଶବିତ୍ ସୁମନ୍ତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ବସ୍ତା ଥାନା ଅଧିକାରୀ ରଣଜିତ୍ କୁମାର ସାହୁ ଓ ସୁରେନ୍ଦ୍ରନାଥ ଜେନା ସ୍ମୃତି କମିଟିର ଉପଦେଷ୍ଟା ବାସନ୍ତୀ ଜେନା ମିଳିତ ଭାବେ ଶିବିରକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଏଏସ୍‌ଆଇ ଜଗନ୍ନାଥ ମାରାଣ୍ଡି, ସମାଜସେବୀ କୁମୁଦ ରଞ୍ଜନ ଗିରି, ଶଙ୍କର ଜେନା, ଯୋଗୀ ଅନ୍ତର୍ଯ୍ୟାମୀ ରାଉଳ, ରବି ମହାନ୍ତି ଓ ବିଜୟ ସିଂ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀମାନେ ଶିବିରରେ ରକ୍ତ ସଂଗ୍ରହ କରିଥିଲେ। ବିଶ୍ୱଜିତ ମୁଦୁଲି, ଚନ୍ଦନ ବିଶ୍ୱାଳ, ଅଜୟ ବେହେରା, ରାଜେଶ ବେହେରା, ସହଦେବ ପ୍ରଧାନ, ତାପସ ବେହେରା, ଉମାଶଙ୍କର ଦାସ, ରଞ୍ଜିତ ଦାସ ଓ ସ୍ୱେଚ୍ଛାସେବୀ ସୁଜିତ୍ କୁମାର ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ରକ୍ତଦାନ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ‘ଏକ ପେଡ୍ ମା’ଙ୍କ ନାମରେ’ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରଜାତିର ଚାରା ମଧ୍ୟ ଅତିଥିମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା। ରକ୍ତଦାନ ଓ ବୃକ୍ଷରୋପଣ ମାଧ୍ୟମରେ ମାନବସେବା ସହ ପରିବେଶ ସୁରକ୍ଷାର ଦୁଇଟି ବାର୍ତ୍ତା ଏହି କାର୍ଯ୍ୟକ୍ରମରେ ଦିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.