ଯାଦବ ମୁରବୀ ଧନେଶ୍ୱର ବାଗଙ୍କ ପରଲୋକ; ଅଞ୍ଚଳରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କୋକସରା| କଲମପୁର (ହିରଣ୍ୟ ବେହେରା):  କଳମପୁର ବ୍ଲକ କୋଟାଗାଁର ବରିଷ୍ଠ ନାଗରିକ ତଥା ଯାଦବ ସମାଜର ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ଧନେଶ୍ୱର ବାଗଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହେଉଥିଲା। ସେ ଦୀର୍ଘ ୧୫ ବର୍ଷ ଧରି ନୂଆଗାଁ ଆଞ୍ଚଳିକ ଯାଦବ ସମିତି ସଭାପତି ଭାବେ କାର୍ଯ୍ୟକରି ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବାସହ ଯାଦବମାନଙ୍କୁ ସୁସଂଗଠିତ କରି ପାରିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ହରିଶଙ୍କର ବାଗ, ରାମେଶ୍ୱର ବାଗ, ସୁରେନ୍ଦ୍ର ବାଗ, ନରେନ୍ଦ୍ର ବାଗ,ଟଙ୍କଧର ବାଗ, ବୈଦ୍ୟନାଥ ବାଗ, ଝିଅ ଯଶୋଦା ବଗର୍ତ୍ତି, ସମ୍ପର୍କୀୟ ପ୍ରତାପ ରାଉତ, ବିଶ୍ୱନାଥ ବଗର୍ତ୍ତୀ, ସହଦେଵ ଗହୀର, ଭୁବନେଶ୍ୱର ଗହୀର, ରାଜେଶ୍ୱର ତାଣ୍ଡି, ଦୁଷ୍ମନ୍ତ ନାଗ, ସତ୍ୟ ରଞ୍ଜନ ହାତୀ ସମେତ ପରିବାର ଜ୍ଞାତିକୁଟୁମ୍ବ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ଗାଁ ମଶାଣିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଶବ ଧାରରେ ପରିବାର, ସମ୍ପର୍କୀୟ ସମେତ ଅଞ୍ଚଳର ଅନେକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.