ମାର୍କେଟ କମ୍ପ୍ଲେକ୍ସ ରୁପ୍ରାରୋଡରେ ଦେବ ଶିଳ୍ପୀ ବିଶ୍ବକର୍ମା ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କନ୍ୟା ସଂକ୍ରାନ୍ତି ଦିନ ଦେଶସାରା ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି।  ବିଶ୍ବକର୍ମା  ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା। ତେଣୁ ଶିଳ୍ପୀମାନେ ନିଷ୍ଠାର ସହ ବିଶ୍ଵକର୍ମାଙ୍କ ପୂଜା ଆରାଧନା କରିଥାନ୍ତି। ଆଜି ବିଭିନ୍ନ ମଣ୍ଡପ ଓ ଶିଳ୍ପୀମାନଙ୍କ ଘରେ ପୂଜା ପାଉଛନ୍ତି ଦେବଶିଳ୍ପୀ। ସେହି କ୍ରମରେ ନର୍ଲା ବ୍ଲକ ରୁପ୍ରାରୋଡ ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଠାରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଗୁରୁବାର ଦିନ ଆରମ୍ଭ ହୋଇଛି ବିଶ୍ବକର୍ମା ପୂଜା। ରୁପ୍ରାରୋଡ ବିଶ୍ବକର୍ମା ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବରେ ହେମନ୍ତ ସାହୁ ଦାଇତ୍ୱ ନିର୍ବାହ କରୁଛନ୍ତି। ପୂଜା ପରିଚାଳନାରେ କମିଟିର ସଭାପତି ବିହାରୀଲାଲ ଭୋଇ, ସାଧାରଣ ସମ୍ପାଦକ ଦିଲ୍ଲୀପ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ରମନ୍ତ ଖୁଣ୍ଟୁଲା, କୋଷାଧ୍ୟକ୍ଷ ଗୈାତମ ବାରିକଙ୍କ ସମେତ ଅକ୍ଷୟ ସାହୁ, ପ୍ରତାପ ବାରିକ, ସୁବାସ ଡାକୁଆ, ସଞ୍ଜିବ ଗଉଡ, ଚକ୍ରଧର ସାହୁ, ସୁରେଶ ସାହୁ, ଲିଙ୍ଗରାଜ ପଧାନ, ଭକ୍ତ ରଣା, ଖୁଜିତ ପୋଢ, ତୋଷମନ ମାଝୀ ଓ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।  

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.