ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ପୂଜା ମଣ୍ଡପରେ ଅଘଟଣ, ବିଦ୍ୟୁତ ଆଘାତରେ ଜଣେ ୨୬ ବର୍ଷୀୟ ଯୁବକ ଆଲୁ ରାଜୁଙ୍କ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସ୍ଥିତ ଗଣେଶ ପୂଜା ପେଣ୍ଡାଲରେ । ଡେକୋରେସନ ପାଇଁ ମଣ୍ଡପରେ କାମ ଚାଲିଥିଲା ସମୟରେ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ ଆଲୁ । ତାଙ୍କୁ ତୁରନ୍ତ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ପରେ ଚିକିତ୍ସାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ଆଲୁ ରାଜୁ ଆନ୍ଧ୍ର ପ୍ରଦେଶରେ ଏକାଉଣ୍ଟେଣ୍ଟ ଭାବେ କାର୍ଯ୍ୟ କରୁଥିଲେ I ସୂଚନା କି ଚଳିତ ବର୍ଷ ଆଲୁ ବିଦ୍ୟାଳୟ ସହପାଠୀ ବନ୍ଧୁଙ୍କ ସହ ମିଶି ଗଣେଶ ପୂଜା କରିବାକୁ ଯୋଜନା କରିଥିଲେ I ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇଥିଲା ବର୍ତମାନ ଜେକେ ପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଘଟଣାକୁ ନେଇ ଚାନ୍ଦିଲି ପୁଲିସ ଅଧିକ ତଦନ୍ତ କରୁଛି I





