ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମ୍ପନ୍ନ ହୋଇଛି ନୂଆଖାଇ। ସାରା ପଶ୍ଚିମ ଓଡ଼ିଶା ନୂଆଖାଇ ପାଇଁ ବେଶ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ନର୍ଲା ଏନ ଏ ସି ଅଧିନସ୍ଥ ସର୍ଗିଗୁଡ଼ା ରେ ନୂଆଖାଇ ପର୍ବ ବେଶ ଧୂମ ଧାମ ର ସହିତ ପାଳିତ ହୋଇଯାଇଛି। ଆଦି ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ କରି ପାଳିତ ହୋଇଯାଇଛି ନୂଆଖାଇ। ଗଣେଷ ପୂଜା ସୋମବାର ଦିନ “ରୁଗିବଟା” ବିଧି ଓ ଗ୍ରାମ ଦେବୀ ଧରଣୀ ଦେବୀ ଙ୍କ ନିକଟରେ ଖେଡ଼ସୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆଜି ସକାଳେ ଧରଣୀ ପୂଜା ପରେ ପୂର୍ବାହ୍ନ ୧୦.୩୦ ରୁ ୧୨ ଟା ମଧ୍ୟରେ ନୂଆଖାଇ ସମ୍ପନ୍ନ ହୋଇଥିଲା। ଅପରାହ୍ନ ୨ ଟା ରୁ ଆରମ୍ଭ ହୋଇଥିଲା ଜୁହାର ଭେଟ ର କାର୍ଯ୍ୟକ୍ରମ। ଗ୍ରାମର ପିଲାରୁ ବୁଢ଼ା ଓ ଝିଅର ବୁଢୀ ଗାଁ ଦାଣ୍ଡରେ ବୁଲି ବୁଲି ବଡ ମାନଙ୍କୁ ନୂଆଖାଇ ଜୁହାର କରି ଆଶୀର୍ବାଦ ନେଇଥିଲେ। କୁନି କୁନି ପିଲା ମାନେ ମଧ୍ୟ ଜୁହାର କରି ଭରପୁର ମଜା ନେଇଥିଲେ।

ନୂଆଖାଇ ସାରିବା ପରେ ଗ୍ରାମର ପ୍ରାଣକେନ୍ଦ୍ର କୁହା ଯାଉଥିବା ପ୍ରହରୀ ମଣ୍ଡପ ରେ ସମବେତ ହୋଇଥିଲେ ପିଲାରୁ ବୁଢ଼ା ଓ ଯୁବ ଗୋଷ୍ଠୀ। ବଡ ମାନଙ୍କୁ ସାନ ମାନେ ନୂଆଖାଇ ଜୁହାର କରି ଆଶୀର୍ବାଦ ନେଇଥିଲେ। ବୟସ୍କ ମାନଙ୍କ ମଧ୍ୟରେ ଗ୍ରାମର ବରିଷ୍ଠ ବ୍ୟକ୍ତି ଶଶିଦେବ ନାଗ, ପରମେଶ୍ୱର ବିଶ୍ୱାଳ, ସନାତନ ବିଶ୍ୱାଳ, ଭକ୍ତ ନାଏକ, କୁମୁଦ ଚନ୍ଦ୍ର ନାଏକ, ଚକ୍ରଧର ସା, ସୁଗ୍ରୀବ ନାଏକ, ବୀରକିଶୋର ମାଝୀ, ଅର୍ଛୁତ ପଧାନ, କୃଷ୍ଣଚନ୍ଦ୍ର ପୋଢ, ତୀର୍ଥ ପଧାନ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଯୁବକ ମାନଙ୍କ ମଧ୍ୟରେ ସଂକୀର୍ତ୍ତନ ପଧାନ, କିଶୋର ନାଏକ, ସନ୍ତୋଷ ବିଶ୍ୱାଳ, ଉଗ୍ରସେନ ଗଉଡ଼, ପଙ୍କଜ ପଧାନ, ଜୟଦେବ ପୋଢ, ନେତ୍ରାନନ୍ଦ ନାଏକ, ଆଶିଷ ବିଶ୍ୱାଳ, ଯୁଗେଶ୍ୱର ବିଶ୍ୱାଳ, ରମେଶ ନାଏକ, ରମେଶ ବିଶ୍ୱାଳ, ମାଝୀଗୌରୀ ପଣ୍ଡା, ଆଶ୍ୱିନ ପଧାନଙ୍କ ସମେତ ଅନେକ ଯୁବକ ଉପସ୍ଥିତ ହୋଇ ବଡ ମାନଙ୍କୁ ନୂଆଖାଇ ଜୁହାର କରି ଆଶୀର୍ବାଦ ନେଇଥିଲେ। ସମ୍ପନ୍ନ ହୋଇଥିଲା ନୂଆଖାଇ ଜୁହାର ଭେଟ ର କାର୍ଯ୍ୟକ୍ରମ। ପବିତ୍ର ନୂଆଖାଇ ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ନୀରଜ ଶର୍ମା, ଯୁବନେତା ସମୀର ଚାନ୍ଦ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତ ରାମ ମାଝୀ, ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର, ଯୁବ ନେତା ପ୍ରଦୀପ କୁମାର ନାଏକ, ନର୍ଲା ବିଡିଓ ବିପିନ ବିହାରୀ ଦୀପ ପ୍ରମୁଖ ନୂଆଖାଇ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।





