ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ରୁପ୍ରାରୋଡର ଏ-ଓ୍ବାନ ଗଣେଶ ପୂଜା କମିଟି ପକ୍ଷରୁ ମହାସମାରୋହରେ ପାଳିତ ହୋଇଛି ସିଦ୍ଧିଦାତା ଗଣେଶଙ୍କ ପୂଜା। ଏଥିରେ କର୍ତ୍ତା ଭାବେ ଛବି ଗଉଡ ରହିଥିବାବେଳେ କୃଷ୍ଣ ଚନ୍ଦ୍ର ପାଢ଼ୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜା କମିଟିର ରାହୁଲ ଭାଟି, ବିବେକ ଭାଟି, ତୁଷାର ଗଉଡ, ରାମଚନ୍ଦ୍ର ଭାଟି, ଭୀମସେନ ଭାଟି, ଚିଣ୍ଟୁ ଗଉଡ, ବିକି ଭାଟି, କାଳିଆ ମହାକୁର, ସୁରେନ୍ଦ୍ର ବାଗ, ସାନେ ଭାଟି, କାଳିଆ ଭାଟି, ରାଜକୁମାର ଭାଟି, ନର ରାଉତ, ସୁଭନ ମହାପାତ୍ର, ଆୟୁଷ ସାହୁ, ଚନ୍ଦନ ପୃଷ୍ଠି, ଆଦି, ଆଦର୍ଶ, କାହ୍ନା ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶୁକ୍ରବାର ବିସର୍ଜନ ହେବ ବୋଲି ଏ-ଓ୍ବାନ ଗଣେଶ ପୂଜା କମିଟି ପକ୍ଷରୁ ସୂଚନା ରହିଛି।





