ରାଷ୍ଟ୍ରପତି ଭବନରେ ଲାଞ୍ଜିଆ ସଉରାଙ୍କ ନୂଆଖାଇ ଭେଟଘାଟ: ରାଷ୍ଟ୍ରପତିଙ୍କୁ ଦେଲେ ଇଡିତାଲ୍ ଚିତ୍ରକଳା ଉପହାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲା ଗୁଣୁପୁରର ଜନଜାତି (ପିଭିଟିଜି) ବ୍ଲକ୍ ପୁଟାସିଂ ଅଞ୍ଚଳରୁ ଲାଞ୍ଜିଆ ସଉରାଙ୍କ ଏକ ୧୫ ଜଣିଆ ସାଂସ୍କୃତିକ ଦଳ ଜୁନେଶ ଶବର ଏବଂ ବୀର ଦଳ ବେହେରାଙ୍କ ନେତୃତ୍ଵରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।  ଏହି କାର୍ଯ୍ୟକ୍ରମରେ ଲାଞ୍ଜିଆ ସଉରାଙ୍କ ପାରମ୍ପାରିକ ନୃତ୍ୟ କରିଥିଲେ । ଏହି ଅବସରରେ ଲାଞ୍ଜିଆ ସଉରାଙ୍କ ଜିଆଇ ଟ୍ୟାଗ ପାଇଥିବା ଇଡିତାଲ ପେଣ୍ଟିଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲାଞିଆ ସୌରା ଦଳ ପ୍ରଦାନ କରିଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.