ଦିବଂଗତ ଶିକ୍ଷକଙ୍କ ପରିବାରକୁ ସହାୟତାର ହାତ ବଢାଇଲା ନର୍ଲା ବ୍ଲକ ଶିକ୍ଷକ ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୮.୭.୨୦୨୫ ରିଖ ଦିନ ବିଶାଖାପାଟଣା ସ୍ଥିତ କେଜିଏଚ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକ ମାନସ ରଞ୍ଜନ ମାଝୀ ଙ୍କ ପରିବାର ବର୍ଗ ଙ୍କୁ ଭେଟି ସହଯୋଗ ର ହାତ ବଢାଇଲା ନର୍ଲା ପ୍ରାଥମିକ ଶିକ୍ଷକ ସଂଘ। ସଂଘ ର ସାଧାରଣ ସମ୍ପାଦକ ଅମିତ୍ କୁମାର ଶର୍ମା ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଦହଲ ସ୍ଥିତ ତାଙ୍କ ବାସ ଭବନ କୁ ଆସି ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ସହ ଶାନ୍ତନା ପ୍ରଦାନ କରିଥିଲେ। ଓ ସରକାରଙ୍କ ତରଫରୁ ମିଳୁଥିବା ମୃତ୍ୟୁ କାଳୀନ ସହାୟତା, ଅନ୍ୟାନ୍ୟ କାଗଜ ପତ୍ର କିପରି ସୁରୁଖୁରୁ ରେ ହୋଇ ପାରିବ ସେ ବିଷୟରେ ପରାମର୍ଶ ଦେଇଥିଲେ। ଏଥିରେ ଅମିତ ଶର୍ମା ଙ୍କ ସହ ସିଆରସିସି ଜଗଦୀଶ ପ୍ରସାଦ ସାହୁ, ପୂର୍ବତନ ସିଆରସିସି ଅଚ୍ୟୁତ ବାରିକ, କ୍ଷିତିଶ ଚନ୍ଦ୍ର ମାଝୀ, ଗୁଣନିଧି ପଧାନ, ହରିଶ୍ଚନ୍ଦ୍ର ଧଙ୍ଗଡାମାଝୀ, ଅଭୟ ନାଏକ, ଯୁଧିଷ୍ଠିର ମାଝୀ, ବିକାଶ ରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ପରେ ସ୍ବର୍ଗତ ମାଝୀ ଶିକ୍ଷକତା କରୁଥିବା ରୁପ୍ରା କ୍ଲଷ୍ଟର ସିଆରସିସିଙ୍କ ନେତୃତ୍ୱ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆସି ସେମାନେ ମଧ୍ୟ ସ୍ଵତନ୍ତ୍ର ଭାବେ ଆର୍ଥିକ ସହଯୋଗ କରିଥିଲେ ଓ ପରିବାର କୁ ଶାନ୍ତନା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.