ରାୟଗଡ଼ା ଟ୍ୟାଲେଣ୍ଟ ଆୱାର୍ଡ ସିଜନ୍-୨ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ୍ ଠାରେ ରାୟଗଡ଼ା ଟ୍ୟାଲେଣ୍ଟ ଆୱାର୍ଡ ସିଜନ୍ -୨ ୨୦୨୫ ବଡ଼ ଧୂମ୍ ଧାମ୍ ରେ ଅନୁଷ୍ଠିତ ହୋଇଯାଇଛି। ମାଁ ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଜିଲ୍ଲା କଳାକାର ମହସଂଘ ଓ ପିଡିସି ଗ୍ରାଫୀ ସହଯୋଗରେ ପ୍ରଥମ ଥର ପାଇଁ ଏହା ବିଗତ ବର୍ଷ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏହାର ସିଜନ୍ ଦୁଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ କ୍ଷେତ୍ରରୁ ସମାଜରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଓ ମାନପ‌ତ୍ର ପ୍ରଦାନ କରାଯାଇଥିଲା। ଏହା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କଳାକାର ନିର୍ଦେଶକ, ସଙ୍ଗୀତଜ୍ଞ, ଅଭିନେତା, ଅଭିନେତ୍ରୀ, ଚିତ୍ରକର, ଲେଖକ, ୟୁ ଟ୍ୟୁବର ଇତ୍ୟାଦି ବିଷୟ ରେ ସିଧସ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲାର କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ଆଞ୍ଚଳିକ ଭାଷା କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ମାଁ ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ରାୟଗଡ଼ା ଜିଲ୍ଲା କଳାକାର ମହାସଂଘର ସଭାପତି ସନ୍ତୋଷ କୁମାର ବଛା ଜଣାଇଛନ୍ତି। ଚଳିତ ବର୍ଷରେ ଶ୍ରେଷ୍ଠ ଅଭିନେତା ଭାବେ ମହେନ୍ଦ୍ର ଗମାଙ୍ଗ, ଶ୍ରେଷ୍ଠ ଅଭିନେତ୍ରୀ ଶ୍ରୁତି ବାହାଦୁର, ଶ୍ରେଷ୍ଠ ସହାୟକ ଅଭିନେତା ସିଦ୍ଧାନ୍ତ ମଲ୍ଲିକ୍, ଶେଷ୍ଠ ସହାୟକ ଅଭିନେତ୍ରୀ ଇ.ତେଜଶ୍ରୀ, ଶ୍ରେଷ୍ଠ ଖଳନାୟକ ବିଶ୍ୱବାସୁ ରାଜଗୁରୁ, ଶ୍ରେଷ୍ଠ କମେଡିଆନ୍ ଦୀପକ୍ ରଞ୍ଜନ ମିଶ୍ର, ଶ୍ରେଷ୍ଠ ନୂତନ ଅଭିନେତା (ପୁରୁଷ) ଦୀପକ୍ କୁମାର ନାଏକ୍, ଶ୍ରେଷ୍ଠ ନୂତନ ଅଭିନେତ୍ରୀ (ମହିଳା) ଝିଲି ଜାକାକା, ଶ୍ରେଷ୍ଠ ଶିଶୁ କଳାକାର ରୋହିନୀ ପ୍ରିୟା ନାଏକ, ମଡେଲିଂ ରେ ଶ୍ରେଷ୍ଠ ମହିଳା ମଡେଲ୍ ସରିତା ରାଣୀ ରାଜନ୍., ଶ୍ରେଷ୍ଠ ପୁରୁଷ ମଡେଲ୍ ରାଜେଶ କୁମାର କୌଶଲ୍ୟା, ଶ୍ରେଷ୍ଠ ନିର୍ଦ୍ଦେଶକ ଅଖିଲ କୁମାର, ଶ୍ରେଷ୍ଠ ନିର୍ମାତା ଦୁର୍ଗା ଦେବାଳା, ଶ୍ରେଷ୍ଠ ସମ୍ପାଦକ ତନ୍ମୟ ନିମାଳା,ଶ୍ରେଷ୍ଠ କ୍ୟାମେରାମ୍ୟାନ୍ ପୂର୍ଣ୍ଣ, ଶ୍ରେଷ୍ଠ ଧ୍ୱନି ଇ:ବ୍ୟୋମକେଶ ମହାନ୍ତି, ଶ୍ରେଷ୍ଠ ସର୍ଟ୍ ଫିଲ୍ମ୍ ସାଇଲେଣ୍ଟ ଲଭ୍, ଶ୍ରେଷ୍ଠ ପୋଷ୍ଟର୍ ଡିଜାଇନର୍ ମଲୟ ଟାକ୍ରି, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ/ ଆରେଞ୍ଜର୍ ସନିଏଲେକ୍ସ ମ୍ୟୁଜିକ୍,ଶ୍ରେଷ୍ଠ ଗୀତ ଓ ସଙ୍ଗୀତ ସୃଷ୍ଟିକାର ସୁଶାନ୍ତ ଖୋରା, ଶ୍ରେଷ୍ଠ ବାଦ୍ୟ ଯନ୍ତ୍ର ବାଜକ ଦୀପକ କୁମାର ଗାଣ୍ଟା, ଶ୍ରେଷ୍ଠ ପୁରୁଷ ଗାୟକ ପଦ୍ମନ ପାଣି, ଶ୍ରେଷ୍ଠ ମହିଳା ଗାୟିକା ରୋଜାଲିନ୍ ମିଣିଆକା, ଶ୍ରେଷ୍ଠ ରାପର୍ ରୁଦ୍ର ପ୍ରସାଦ ନାଗ, ଶ୍ରେଷ୍ଠ ଶାସ୍ତ୍ରୀୟ କଳାକାର ରାଜନ ଇନ୍ଦିରା, ଶ୍ରେଷ୍ଠ ଲୋକ କଳାକାର ମାନସୀ ମେଲାକା, ଶ୍ରେଷ୍ଠ ନୃତ୍ୟ ଗୋଷ୍ଠୀ ପି ଡି ସି ଗ୍ରାଫି, ଶ୍ରେଷ୍ଠ କୋରିଓଗ୍ରାଫର୍ (ନୃତ୍ୟ ନିର୍ଦ୍ଦେଶକ) ପିଙ୍କୁ ଏବଂ ଗୁରୁନାଥ,ଶ୍ରେଷ୍ଠ ନୃତ୍ୟଶିଳ୍ପୀ (ସୋଲୋ) ରାଜକୁମାର ଠାକୁର,ଶ୍ରେଷ୍ଠ ମ୍ୟୁଜିକ୍ ଭିଡିଓ (କୁଈ / ସଉରା) – କାଳିଆ ଚସ୍ମା ଶ୍ରେଷ୍ଠ,ମ୍ୟୁଜିକ୍ ଭିଡିଓ (ଦେସିଆ / ସମ୍ବଲପୁରୀ) ବନି ବନି, ଶ୍ରେଷ୍ଠ ୟୁ ଟ୍ୟୁବର୍ / କଣ୍ଟେଣ୍ଟ କ୍ରିଏଟର୍ ମିଷ୍ଟି ସ୍ୱାତି ସାଇ, ଶ୍ରେଷ୍ଠ ବ୍ଲଗର୍ / ଏକ୍ସପ୍ଲୋରର୍ ରାଜୁ ସିଂହ,ଶ୍ରେଷ୍ଠ ଫାଇନ୍ ଆର୍ଟ ଶିଳ୍ପୀ ଏମ୍. ଜନାର୍ଦ୍ଦନ ଆଚାର୍ଯ୍ୟ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହ ଲୋକକଳା କଳାକାର ଶ୍ରୀ ବଳଭଦ୍ର ଦଳ ବେହେରା, ଶିକ୍ଷକ ତଥା କଳାକାର ଶ୍ରୀ ଦିଲ୍ଲୀପ କୁମାର୍ ଚୌଧୁରୀ, କଳାର ପୂଜାରୀ ଶ୍ରୀ ନନ୍ଦ ଗୌଡ଼, ସମାଜସେବୀ ଶ୍ରୀମତୀ ଆଶା ବଂଶିକା, ଶ୍ରୀମତୀ ୟୁ ସୁଜାତା, ଲୋକକଳା ମହା ପ୍ରେମୀ ଶ୍ରୀ ଦାଶରଥି ଶବର, ନାଟ୍ୟଗୁରୁ ଶ୍ରୀ ମଧୁସୂଦନ ମହାପାତ୍ର, ଲୋକକଳା ମହାପ୍ରେମୀ ଶ୍ରୀ ମାଝୀ କୁମ୍ଭାର, ସଙ୍କୀର୍ତ୍ତନ ଗୁରୁ ଶ୍ରୀ ରବୀନ୍ଦ୍ର କୁମାର ବେହେରା, ଲୋକକଳା କଳାକାର ଶ୍ରୀ ମନୋଜ କୁମାର୍ ବେହେରା, ନାମାଚାର୍ଯ୍ୟ ଶ୍ରୀ ସତ୍ୟ ନାରାୟଣ ପାଣିଗ୍ରାହି, ନାଟକ ଗୁରୁ ବାଳକୃଷ୍ଣ ସେଠୀ ଙ୍କୁ ମଞ୍ଚରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧର ଗମାଙ୍ଗ, ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ଆପାଲ୍ ସ୍ଵାମୀ କାଡ୍ରାକା, ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ବିଜେପି ଜିଲ୍ଲା ସଭାପତି ଗୋପି ଆନନ୍ଦ, ବରିଷ୍ଠ ସାମ୍ବାଦିକ ବାଦଲ ତା, ପୂର୍ବତନ ରାଜ୍ୟ ସଂଯୋଜକ ସଂସ୍କୃତି ବିଭାଗ ଓଡ଼ିଶା ସରକାର ବାସୁଦେବ ମାଳ ବିଶୋୟୀ, ବରିଷ୍ଟ ସଂଘଠକ ତଥା ରାୟଗଡ଼ା ଟ୍ରକ୍ ୟୁନିଅନ୍ ସଭାପତି ୱାଇ.କୋଣ୍ଡା ବାବୁ, ଭୁବନେଶ୍ଵର ଠାରୁ ଆସିଥିବା ସମାଜସେବୀ ସୁଜାତା ପାସାୟତ୍, ସତ୍ୟବାଦୀ ସ୍ୱାଇଁ, ଅନ୍ତରଜାମି ବରାଳ ଓ ଆୟୋଜକ ସନ୍ତୋଷ କୁମାର ବଛା ପ୍ରମୁଖ ମଞ୍ଚ ରେ ମଞ୍ଚସ୍ଥ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ମନରୋଞ୍ଜନ ସୋ ହେବା ସହ ଓଡ଼ିଶୀ, ଲାଞ୍ଜିଆ ସଉରା, ଡଙ୍ଗରିଆ ନୃତ୍ୟ, କୁଚିପୁଡ଼ି, ଦେଶିଆ ନାଚ, ଆଧୁନିକ ନୃତ୍ୟ ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘର ଉପ ସଭାପତି ଗୁପ୍ତେଶ୍ଵର ସିକା, ସମ୍ପାଦିକା ପ୍ରିୟଦର୍ଶିନୀ ହୁଇକା, କୋଷାଧ୍ୟକ୍ଷା ମାନସୀ ମେଲାକା, କୋର୍ କମିଟି ସଦସ୍ୟା ଇନ୍ଦ୍ରାଣୀ ରାଜନ, ସିଦ୍ଧାନ୍ତ ମଲିକ୍, ରକି ମାଣ୍ଡାଙ୍ଗି, ମାଲେସ କୌଶଲ୍ୟା ଓ ବିଭିନ୍ନ ସବ୍ କମିଟି ସଦସ୍ୟ ସଦସ୍ୟା ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବହୁ ପ୍ରତିଭା ଅଧିକାରିଣୀ ବିଦିସା ଶତପଥି ମଞ୍ଚ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ଅନେକ ସ୍ଥାନରୁ କଳାକାର ତଥା କଳାପ୍ରେମୀ, ସମାଜସେବୀ, ବୁଦ୍ଧିଜୀବୀ ପ୍ରମୂଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.