ଅଲ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ସାଙ୍ଗଠନିକ ଆଲୋଚନାଚକ୍ର 

ସଂଗଠନକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ପ୍ରୟାସ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ଠାରେ ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍ କଳାହାଣ୍ଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ସାଙ୍ଗଠନିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଉପଦେଷ୍ଟା ରାମଶ୍ୱାମୀ ନାଏକଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକ, ୩ ଏନ୍‌ଏସ୍‌ସି ଓ ୧ ଟି ମ୍ୟୁନିସିପାଲଟିରୁ ଶତାଧିକ ବୁଦ୍ଧିଜୀବି ଯୋଗଦେଇ ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ପ୍ରୟାସ କରିଥିଲେ। ମୂଳ ସଂଗଠନରୁ ଦୁଇ ଗୋଷ୍ଠୀ ହୋଇଥିବାରୁ ଏହା ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ସଭାରେ ମତପ୍ରକାଶ ପାଇଥିଲା। ତେଣୁ ଅଯଥାରେ ଭାଗ ଭାଗ ନହୋଇ କେବଳ ଗୋଟିଏ ସଂଗଠନ କରି ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍‌ର ପୂର୍ବ ସ୍ଥିତିକୁ ଆଣି ଏକ ଦୃଢ ଓ କାର୍ଯ୍ୟକ୍ଷମ ସଂଗଠନ ଗଢିବା ନିମନ୍ତେ ଉପସ୍ଥିତ ବୁଦ୍ଧିଜୀବୀମାନେ ମତ ଦେଇଥିଲେ।  ସର୍ବସମ୍ମତିକ୍ରମେ ପ୍ରତ୍ୟେକ ବ୍ଲକ, ଏନ୍‌ଏସ୍‌ସି ଓ ମ୍ୟୁନିସିପାଲଟିକୁ ନେଇ ଗୋଟିଏ ଆବାହକ କମିଟି ମଧ୍ୟ ଗଠନ କରାଯାଇଛି। ଉକ୍ତ ଆବାହକ କମିଟି ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରୁ ସମସ୍ତଙ୍କୁ ଗୋଟିଏ ମଞ୍ଚକୁ ଆଣିବାର କାର୍ଯ୍ୟ କରିବ ତଥା ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ ଓ ସର୍ବମାନ୍ୟ କମିଟି ଗଠନ କରିବ ବୋଲି ନିଷ୍ପତ୍ତି କରାଯାଇଛି। ନିଜ ନିଜ ଭିତରେ ଥିବା ମତଭେଦକୁ ଭୁଲି ପୂର୍ବ ଭଳି ସମାଜ ପାଇଁ ଉତ୍ସର୍ଗକୃତ ଭାବେ କାର୍ଯ୍ୟ କରିବା ନିମନ୍ତେ ସମସ୍ତ ଉପସ୍ଥିତ ବୁଦ୍ଧିଜୀବୀ ତଥା ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍‌ର ବରିଷ୍ଠ ସଦସ୍ୟମାନେ ମତ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ କାର୍ଯ୍ୟକର୍ତ୍ତା ଜତିନ୍ଦ୍ର କର। ଉକ୍ତ ସମ୍ମିଳନୀରେ ଆଇନଜୀବୀ ଛବିଲାଲ ନିଆଲ, ଅବସରପ୍ରାପ୍ତ ବିଏମ୍ ଏସ୍‌ବିଆଇ ଧବଳେଶ୍ୱର ନାଗ, ଶ୍ରୀକାନ୍ତ ଛତ୍ରିଆ, ଜିଲ୍ଲା ସରପଞ୍ଚ ସଂଘର ସାଧାରଣ ସଂପାଦକ ଦିଗାମ୍ବର ଲୁହା, ଜୟପ୍ରକାଶ ଜାଲ, ଲୋକନାଥ ନାଗ, ବୃନ୍ଦାବନ ନାଗ, ପୂର୍ବତନ ସରପଞ୍ଚ ସୁମତୀ ଛତ୍ରିଆ, ଯୁଧିଷ୍ଟିର ଭଗତ, ସାମ୍ବାଦିକ ଅଭିରାମ ନନ୍ଦ, କୌଷିକ ଦୁରିଆ, ସେନାପତୀ ନାଏକ, କ୍ଷେତ୍ରମୋହନ ଛତ୍ରିଆ, ସରପଞ୍ଚ ମୌଷିକ ମଙ୍ଗରାଜ, ଲଲୀତ ମଙ୍ଗରାଜ, ଛତ୍ରସାଇ ନାଏକ, ଅଜୟ ଦୀପ, ମୂରଳିଧର ନାଏକ, ବୈକୁଣ୍ଠ ଜାଲ, ରତ୍ନାକର ବେମାଲ, ସୁନିଲ ବିଶି, ଶଙ୍କର କର, ମହାଦେବ ନାଏକ, ପୂର୍ବତନ କେସିଙ୍ଗା ଏନ୍‌ଏସ୍‌ସି ଭାଇସ୍ ଚେୟାର୍‌ମ୍ୟାନ୍ ପ୍ରତାପ ବାଗ ଓ ନରସିଂହ ନିଆଲ, ବାବୁଲି ସୁନା, ଅଭିମନ୍ୟୁ ବିଶି, ବାବୁଲି ବିଶି, ସତ୍ୟାନନ୍ଦ ନାଗ, ଧୀରେନ୍ଦ୍ର ସୁନା, ଅଭିଜିତ୍ କର, କ୍ଷିରୋଦ୍ ବାଗ, ସୁନିଲ ବିଶି, ଲୈଇଚନ ନାଗ, ରମେଶ ଦୁର୍ଗା, ଉଗ୍ରେସନ୍ ନାଗ, ଖଗେଶ୍ୱର ପାଣିଗ୍ରାହୀ, ରଞ୍ଜୁ ତାଣ୍ଡି, ବଳରାମ ନାଏକ, ଦର୍ପଦଳନ ସେନାପତି, ଭରତ ବାଗ, ଜୟଚନ୍ଦ୍ର ନାଏକ, କୃଷ୍ଣଚନ୍ଦ୍ର ନାଏକ, ଦେବେଷ କର, ନାଥୁରାମ ସାଗର, ଆନନ୍ଦ ମହାନନ୍ଦ, ଭୁପେନ ନାଏକ, ଭୋଲାନାଥ ସୁନା, ସାମ୍ବାଦିକ କବିରାଜ ଦୁର୍ଗା, ସମ୍ପତ୍ତି ବେହେରା, ପ୍ରକାଶ ଦୁରିଆ ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। ଶେଷରେ ସ୍ଥାନୀୟ ସରପଞ୍ଚ ଦିଗାମ୍ବର ଲୁହା ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.