ବିଷମକଟକ ଥାନାରେ ଆମ ପୋଲିସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମକଟକ ଥାନା ପରିଷରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଷମକଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତାରେ କରିଥିଲେ । ଏ ଅବସରରେ ବିଷମକଟକ ଥାନା ଅଞ୍ଚଳ ଆଇନ ଶୃଙ୍ଖଳା ସ୍ଥିତି ଉପରେ ଆଲୋଚନା କରାଯାଇଥିବା ସହ ଅଞ୍ଚଳ ବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ନାବାଳକ ମାନେ ଗାଡି ଚଳାଇବା, ମଦ୍ୟପାନ କରି ବେପରୁଆ ଭାବେ ଗାଡି ଚଳାଇବା, ସ୍କୁଲ ଏବଂ କଲେଜ ଯିବା ସମୟ ରେ ରୋଡ୍ ରୋମିୟ ମାନଙ୍କ ଉତ୍‌ପାତ, ରାସ୍ତାରେ ଗାଇ ମାଲିକ ମାନେ ଗାଇ ଛାଡିଦେଉଥିବା, ବିଭିନ୍ନ ସମୟରେ ଚୋରୀ ହେଉଥିବା ସଂକ୍ରାନ୍ତରେ ଥାନା ଅଧିକାରୀଙ୍କ ଦୃଷ୍ଟି ଗୋଚର କରାଯାଇଥିଲା ।
ବିଷମକଟକରେ ସୁରକ୍ଷା ବ୍ୟବସ୍ଥାକୁ ଟିକେ କଡା କଡି କରି ସ୍ଥାନ ସ୍ଥାନରେ ପୋଲିସ୍ କର୍ମଚାରୀ ନିୟୋଜିତ କରିବା ଏବଂ ସିସି କ୍ୟାମେରା ସଂଯୋଗ କରିବାକୁ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ପ୍ରସ୍ତାବ ଦେଇଥିଲେ । ଆମ ପୋଲିସ୍ କାର୍ଯ୍ୟକ୍ରମରେ ବିଷମକଟକ ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ,ସ୍ଥାନୀୟ ସରପଞ୍ଚ ନମିତା କୁଲସିକାଙ୍କ ସମେତ ଡ୍ରାଇଭର ସଂଘର ସଦସ୍ୟ, ବରିଷ୍ଠ ନାଗରିକ ଏବଂ ବିଷମକଟକ ଅଚଂଳର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପୋଲିସ୍ ବିଭାଗ ତରଫରୁ ଏସ୍‌.ଆଇ ସାରିକା ସେଠ୍‌, ଏସ୍‌.ଆଇ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଏ.ଏସ୍‌.ଆଇ. ପ୍ରିତି ରଂଜନ ବାରିକ ଉପସ୍ଥିତ ରହି ଲୋକଙ୍କ ପ୍ରସ୍ତାବ ସବୁ ଲିପିବଦ୍ଧ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.