ଗୋରୁକୁ ଧକ୍କା ଦେଲା ବାଇକ; ଚାଳକ ଓ ଗାଈର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): କଣ୍ଟାବାଞ୍ଜି ସହରରେ ମଙ୍ଗଳବାର ରାତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କଣ୍ଟାବାଞ୍ଜି ସିଙ୍ଗାଳ ପଡ଼ା ନିକଟରେ ବାଇକ ଚାଳକ ଜଣକ ଏକ ଗାଈକୁ ଯୋରରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗାଈଟିର ମୃତ୍ୟୁ ହୋଇଛି। କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରୁ ଯୁବକଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡ଼ାହାଡ ଗାଁର ହେମସାଗର କୁଅଁର ବୋଲି ଜଣାପଡ଼ିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.