ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରିନାଥ ବାଗ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଲର୍କି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସବୁଜ ବନାନୀର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ଚତୁପାର୍ଶ୍ଵରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ବିରଞ୍ଚି ପୁଟେଲ, ସଂପାଦକ ସୁନୀଲ କୁମାର ପାତ୍ର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସ୍ରୋତ ସ୍ୱିନୀ ହୋତା ଆଚାର୍ଯ୍ୟ ପ୍ରତିନିଧି କୌସ୍ତୁଭ ବାଗ ଓ ସମସ୍ତ ଗୁରୁଜୀ, ଗୁରୁମା, ଶିଶୁ ଭାଇ, ଭଉଣୀ ଉପସ୍ଥିତ ଥିଲେ।





