ବୃକ୍ଷରୋପଣ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କାଳୀକୃଷ୍ଣ ସଂଘର ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ମହାରାଜଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସାରା ବିଭିନ୍ନ ଜିଲ୍ଲା ବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଦୀର୍ଘ ୮ ବର୍ଷ ଧରି ପରିବେଶ ସୁରକ୍ଷା ତଥା ସୁସ୍ଥ ପରିବେଶ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ଏହି ଉଦ୍ୟମ ଜାରି ରହିଛି।ଏହି କ୍ରମରେ ଭୁବନେଶ୍ୱରର ଭଗବାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ଶିଷ୍ୟା ଅମିତା ମିଶ୍ରଙ୍କ ତତ୍ତ୍ଵାବଧାନ ଏବଂ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମଟିକୁ ଜନ୍ମେଜୟ ଦାଶ, ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ବେହେରା  ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୃତ୍ତିକା ସଂରକ୍ଷଣ, ବୃକ୍ଷ ସୁରକ୍ଷା, ଜଳ ସୁରକ୍ଷା ଦିଗରେ ଅହରହ ଭାବରେ ଜଗଦାନନ୍ଦଜୀଙ୍କ ପ୍ରୟାସକୁ ବ୍ୟାପକ କରିବାକୁ ନେଇ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁଠୁ ସହର ଯାଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି। ଗତ ପାଞ୍ଚ ଦିନଧରି ଏହି ସଚେତନତା ଧର୍ମୀ ବୃକ୍ଷ ରୋପଣ ଏବଂ ତାର ରକ୍ଷଣାବେକ୍ଷଣକୁ ଅତ୍ୟନ୍ତ ଗୁରୁତ୍ୱର ସହ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି। ସଂଘ ପ୍ରତିଷ୍ଠାତା ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀଙ୍କ ଜନ୍ମୋତ୍ସବ ଜୁଲାଇ ୨୦ କୁ ନେଇ ସମସ୍ତ ଅନୁଗାମୀ ବୃକ୍ଷ ରୋପଣ କରିଥିଲେ। ଉକ୍ତ ତିନି ଜିଲ୍ଲାବାଦ୍ ଆମେରିକା, ଦିଲ୍ଲୀ, ବାଙ୍ଗାଲୋର, ପୁରୀ, କେଉଁଝର, ଯାଜପୁର, ବ୍ରହ୍ମପୁର, ସହ ଆଜି ଭୁବନେଶ୍ୱର ଠାରେ ମଧ୍ୟ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.