ବିଜେଡି ଜିଲ୍ଲା ସଭାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ବିଶ୍ୱନାଥପୁର ଗସ୍ତ ଅବସରରେ ଲାଞ୍ଜିଗଡ଼ ବ୍ଲକ ବିଜେଡି ପକ୍ଷରୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୂତନ ଜିଲ୍ଲା ସଭାପତି ଭାବେ ତାଙ୍କ ନାମ ଘୋଷଣା ପରେ ଶ୍ରୀ ଦିଶାରୀଙ୍କ ଏହା ପ୍ରଥମ ବିଶ୍ୱନାଥପୁର ଗସ୍ତ କାର୍ଯ୍ୟକ୍ରମ ଥିଲା। ଏହାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ନେତୃତ୍ୱରେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆ, ପାତ୍ର ମାଝୀ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ଶ୍ରୀଧର ପେସନିଆ, ମନୋହର ହରପାଲ, ଚନ୍ଦ୍ରଧ୍ୱଜ ପେସନିଆ, ଚନ୍ଦ୍ରଧ୍ଵଜ ମହାପାତ୍ର, ହରିଶଙ୍କର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସୁଜାତା ଘଡେଇ, ବିଜେଡି ନେତା ତରୁଣ କୁମାର ଦାସ, କିଶୋର ହରପାଲ, ହରିହର କୁମାରଙ୍କ ସମେତ ବହୁସଂଖ୍ୟାରେ ଦଳୀୟ ନେତା ଓ କର୍ମୀ, ପଞ୍ଚାୟତ ସଭାପତି, ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟମାନେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ଦିଶାରୀ ପ୍ରଥମେ ବିଶ୍ୱନାଥପୁର ତ୍ରିନାଥ ମନ୍ଦିର ପରିସରରେ ନବନିର୍ମିତ କମ୍ୟୁନିଟି ହଲର ଉଦଘାଟନ କରିବା ସହିତ ଦଳ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ଏହା ପରେପରେ ଦଳ ତରଫରୁ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ବାହାରି ସେ ସ୍ଥାନୀୟ ଖେଳପଡ଼ିଆରେ ଆୟୋଜିତ ଫୁଟବଲ ମ୍ୟାଚରେ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.